oom

ମାଓ ସ୍ଥିତି ସମୀକ୍ଷା କଲେ ପୋଲିସ ମହାନିର୍ଦ୍ଦେଶକ

jsmm

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧରେ ପହଁଚିଲେ ପୋଲିସ ମହାନିର୍ଦ୍ଦେଶକ ୱାଇ. ବି. ଖୁରାନିଆ । ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ବୌଦ୍ଧ ଜିଲ୍ଲାରେ ମାଓ କାର୍ଯ୍ୟକଳାପକୁ ଦୃଢହସ୍ତରେ ଦମନ କରିବା ପାଇଁ ରଣନୀତି ପ୍ରସ୍ତୁତି ଉପରେ ଆଲୋଚନା ହେବା ସହ ଜିଲ୍ଲାରେ ବଢି ଚାଲିଥିବା ବେଆଇନ ଗଞ୍ଜେଇ ଚାଲାଣ ଏବଂ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉଥିବା ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ କରିଥିଲେ । ଏହି ବୈଠକରେ ଆଇଜି (ଅପ୍‌ରେସନ୍‌) ଜୟନାରାୟଣ ପଙ୍କଜ, ଡିଆଇଜି, ଏସ୍‌ଆଇ ଡବ୍ଲୁ କନବର, ବିଶାଲ ସିଂହ ଦକ୍ଷିଣାଞ୍ଚଳ ଡିଆଇଜି ସାର୍ଥକ ଷଡ଼ଙ୍ଗୀ, ବୌଦ୍ଧ ଏସ୍‌ପି ନାଗରାଜ ଦେବାରକୋଣ୍ଡା ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.