ସାନଭାଇ ଓ ଭାଇ ବୋହୁଙ୍କୁ ଟାଙ୍ଗିଆରେ ଆକ୍ରମଣ କଲା ବଡ଼ଭାଇ : ସ୍ୱାମୀ ସ୍ତ୍ରୀ ଗୁରୁତର

ସିନ୍ଧେକେଲା : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଛତାଭଟା ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଛତାଭଟା ଗ୍ରାମର ଧ୍ରୁବ ଆଡଯୁଏଡ (୪୧) ଓ ତାଙ୍କ ସ୍ତ୍ରୀ ଦୀପାଞ୍ଜଳି ଚାଷଜମିରେ କାମ ଚରୁଥିଲେ । ସେହି ସମୟରେ ଧ୍ରୁବଙ୍କ ବଡ଼ଭାଇ ପ୍ରସନ୍ନ ଆଡଯୁଏଡ (୫୭) ଚାଷଜମିରେ ପହଞ୍ଚି ମୋ ଜମିରେ ତୁମେ କାହିଁକି ଚାଷ କରୁଛ କହିବାରୁ ଦୁଇଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଉତ୍ତ୍ୟକ୍ତ ହୋଇ ଟାଙ୍ଗିଆରେ ବଡ଼ଭାଇ ପ୍ରସନ୍ନ ସାନଭାଇ ଓ ଭାଇ ବୋହୁଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ହିିଁ ସ୍ୱାମୀ ସ୍ତ୍ରୀ ଗୁରୁତର ହୋଇଥିଲେ । ଉଭୟଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଦୁହେଁ ଚିକିତ୍ସିତ ହେଉଥିବା ବେଳେ ପ୍ରସନ୍ନ ଓ ତାଙ୍କ ସ୍ତ୍ରୀ ଦୀପାଞ୍ଜଳିଙ୍କୁ ସିନ୍ଧେକେଲା ପୁଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.