ଛାତ ଉପରୁ ଖସିପଡ଼ି ଯୁବକ ମୃତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଶଙ୍କରା ଗ୍ରାମ ଦେହେରିଟିକିରାର ବିଦ୍ୟାପତି ଭୁଏ(୨୧) ଗତକାଲି ବିଳମ୍ବିତ ରାତ୍ରିରେ ଛାତ ଉପରୁ ଖସିପଡ଼ି ଥିଲେ । ପରିବାର ଲୋକେ ଖବର ପାଇବା ପରେ ତାଙ୍କୁ ବିନିକା ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ଭୁଏଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ବିନିକା ପୁଲିସ ଶବକୁ ଜବତ କରି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.