୧୯ ଅକ୍ଟୋବରରେ ‘କର୍ମଯୋଗୀ ସପ୍ତାହ’ – ଜାତୀୟ ଶିକ୍ଷା ସପ୍ତାହର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

  • ପ୍ରତ୍ୟେକ କର୍ମଯୋଗୀ ଅତି କମରେ ୪ ଘଣ୍ଟାର ଦକ୍ଷତା ସଂଯୁକ୍ତ ଶିକ୍ଷା ହାସଲ କରିବେ ମନ୍ତ୍ରଣାଳୟ ଏବଂ ବିଭାଗଗୁଡିକ ଡୋମେନ୍ ବିଶିଷ୍ଟ ଦକ୍ଷତା ବୃଦ୍ଧି ପାଇଁ କର୍ମଶାଳା ଏବଂ ସେମିନାର ଆୟୋଜନ କରିବେ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଡକ୍ଟର ଆମ୍ବେଦକର ଆନ୍ତର୍ଜାତୀୟ କେନ୍ଦ୍ରରେ ୧୯ ଅକ୍ଟୋବର ସକାଳ ୧୦:୩୦ ସମୟରେ ‘କର୍ମଯୋଗୀ ସପ୍ତାହ’ – ଜାତୀୟ ଶିକ୍ଷା ସପ୍ତାହର ଶୁଭାରମ୍ଭ କରିବେ । ମିଶନ କର୍ମଯୋଗୀ ସେପ୍ଟେମ୍ବର ୨୦୨୦ରେ ଆରମ୍ଭ କରାଯାଇଥିଲା ଏବଂ ସେବେଠାରୁ ଏହା ଯଥେଷ୍ଟ ଅଗ୍ରଗତି କରିଛି । ଏହା ଏକ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ସହିତ ଭାରତୀୟ ନୈତିକତା ଆଧାରରେ ଏକ ଭବିଷ୍ୟତ ପାଇଁ ପ୍ରସ୍ତୁତ ପ୍ରଶାସନିକ ସେବାର କଳ୍ପନା କରେ । ରାଷ୍ଟ୍ରୀୟ ଶିକ୍ଷା ସପ୍ତାହ (ଏନ୍ଏଲ୍ଡବ୍ଲ୍ୟୁ) ଏହି କ୍ଷେତ୍ରରେ ଏକ ସର୍ବବୃହତ ଆୟୋଜନ ହେବ ଯାହା ସରକାରୀ କର୍ମଚାରୀଙ୍କ ପାଇଁ ବ୍ୟକ୍ତିଗତ ଏବଂ ସାଂଗଠନିକ ଦକ୍ଷତା ବିକାଶ ଦିଗରେ ନୂତନ ପ୍ରେରଣା ପ୍ରଦାନ କରିବ । ଏହି ପଦକ୍ଷେପ ଶିକ୍ଷା ଏବଂ ବିକାଶ ପାଇଁ ଏକ ନୂତନ ପ୍ରତିବଦ୍ଧତାକୁ ଉତ୍ସାହିତ କରିବ । ଏନ୍ଏଲ୍ଡବ୍ଲ୍ୟୁ “ଗୋଟିଏ ସରକାର” ବାର୍ତ୍ତା ଆରମ୍ଭ କରିବା ସହ ସମସ୍ତଙ୍କୁ ଜାତୀୟ ଲକ୍ଷ୍ୟ ସହିତ ସମାନ କରିବା ଏବଂ ଆଜୀବନ ଶିକ୍ଷାକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛି । ଏନ୍ଏଲ୍ଡବ୍ଲ୍ୟୁ ବ୍ୟକ୍ତିଗତ ଅଂଶଗ୍ରହଣକାରୀ ଏବଂ ମନ୍ତ୍ରଣାଳୟ, ବିଭାଗ ଏବଂ ସଂଗଠନ ଦ୍ୱାରା ବିଭିନ୍ନ ପ୍ରକାରର ଯୋଗଦାନ ମାଧ୍ୟମରେ ଶିକ୍ଷା ପାଇଁ ଉତ୍ସର୍ଗୀକୃତ ହେବ । ଏନ୍ଏଲ୍ଡବ୍ଲ୍ୟୁ ସମୟରେ ପ୍ରତ୍ୟେକ କର୍ମଯୋଗୀ ଅତି କମରେ ୪ ଘଣ୍ଟା ଦକ୍ଷତା-ସମ୍ବନ୍ଧିତ ଶିକ୍ଷାର ଲକ୍ଷ୍ୟ ହାସଲ କରିବାକୁ ପ୍ରତିଶୃତି ଦେବ । ଅଂଶଗ୍ରହଣକାରୀମାନେ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ଦ୍ୱାରା ଆଇଜିଓଟି, ୱେବିନାର୍ସ (ସର୍ବସାଧାରଣ ବକ୍ତୃତା / ନୀତି ମାଷ୍ଟରକ୍ଲାସ୍) ଉପରେ ବ୍ୟକ୍ତିଗତ ଭୂମିକା ଆଧାରିତ ମଡ୍ୟୁଲଗୁଡିକର ମିଶ୍ରଣ ମାଧ୍ୟମରେ ଧାର୍ୟ୍ୟ ସମୟକୁ ସମ୍ପୂର୍ଣ୍ଣ କରିପାରିବେ । ସପ୍ତାହ ମଧ୍ୟରେ, ବିଶିଷ୍ଟ ବ୍ୟକ୍ତିମାନେ ସେମାନଙ୍କର ପ୍ରତିଷ୍ଠିତ କ୍ଷେତ୍ର୍ର ଉପରେ ଆଲୋଚନା କରିବେ ଏବଂ ସେମାନଙ୍କୁ ଅଧିକ ପ୍ରଭାବଶାଳୀ ଢ଼ଙ୍ଗରେ ନାଗରିକ-କୈନ୍ଦ୍ରିକ ବିତରଣ ଦିଗରେ କାର୍ଯ୍ୟ କରିବାରେ ସାହାଯ୍ୟ କରିବେ । ଏହି ସପ୍ତାହ ମଧ୍ୟରେ, ମନ୍ତ୍ରଣାଳୟ, ବିଭାଗ ଏବଂ ସଂଗଠନ ମଧ୍ୟ ଡୋମେନ୍ ଆଧାରିତ ଦକ୍ଷତା ବୃଦ୍ଧି ପାଇଁ ସେମିନାର ଏବଂ କର୍ମଶାଳା ଆୟୋଜନ କରିବେ ।

Leave A Reply

Your email address will not be published.