ସିର୍ଜିନା ସାହିତ୍ୟ ଆଉ ସାଂସ୍କୃତିକ ଅନୁଷ୍ଠାନର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର କଚେରୀ ପରିସର ମଧ୍ୟରେ ସିର୍ଜିନା ସାହିତ୍ୟ ଆଉ ସାଂସ୍କୃତିକ ଅନୁଷ୍ଠାନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଭାପତି ରାଜୁ ଘିବେଲାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସମ୍ପାଦକ ରାଜେନ୍ଦ୍ର ମହାନ୍ତି, ପ୍ରିତମ ମେହେର, ସନ୍ତୋଷ ମହାନ୍ତି, ଶେଷଦେବ ମେହେର, ଆଦିତ୍ୟ ରଥ, ପ୍ରମୋଦ ନାଥ, ସଞ୍ଜୀବ ବହିଦାର, ସନ୍ତୋଷ ସିଂ ଠାକୁର, ସୁଶାନ୍ତ ମହାପାତ୍ର, କିଶୋର ପାତ୍ର, କୁଞ୍ଜବିହାରୀ ସରାଫ, ନୀରୋଜ ପାଣୀ ଓ ସୁବାସ ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ । ଏହି ବୈଠକରେ ଅନୁଷ୍ଠାନର ପଞ୍ଜୀକରଣ କରିବା ନିମନ୍ତେ ସବିଶେଷ ଆଲୋଚନା କରାଯାଇଥିଲା ଓ ଆସନ୍ତା ଜାନୁୟାରୀ ମାସରେ ଏକ ନାଟ୍ୟ ମହୋତ୍ସବ କରାଯିବା ପାଇଁ ସ୍ଥିର କରାଗଲା । ପରିଶେଷରେ କିଶୋର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.