ବସ ଧକ୍କାରେ ବାଇକ ଚାଳକ ମୃତ

ବେଲପଡା, (ଅଶୋକ କୁମାର ବାଗ) : ବସ ଧକ୍କାରେ ବାଇକ ଚାଳକ ମୃତ । କଣ୍ଟାବାଞ୍ଜି-ପାଟଣାଗଡ଼ ମୁଖ୍ୟ ରାସ୍ତା ପୋଢ଼ଛାପର ନିକଟରେ ଘଟିଛି ଦୁର୍ଘଟଣା । ମୃତକ ହେଲେ ପୋଢ଼ଛାପର ଗାଁର ନିବାସ ଧରୁଆ । ନିବାସ ବାଇକ ଯୋଗେ ନିଜଗାଁରୁ ବେଲପଡା ଯାଉଥିବା ବେଳେ କଣ୍ଟାବାଞ୍ଜି ପଟୁ ଆସୁଥିବା ମା’ ମଙ୍ଗଳା ବସ ସହ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ବେଲପଡା ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

Leave A Reply

Your email address will not be published.