oom

ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସରେ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାମାଜିକ ଅନୁଷ୍ଠାନ ହାର୍ଟ ଅଫ୍ ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ଉପଲକ୍ଷେ ଏକ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ସେକ୍ଟର-୨୦ସ୍ଥିତ ପମ୍ପ ହାଉସ କଲୋନୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ହରେକୃଷ୍ଣ ନାୟକ ଓ ଉପମୁଖ୍ୟ ଗୌରୀ କୁମ୍ଭାରଙ୍କ ଆବାହକତ୍ଵରେ ଆୟୋଜିତ ଏହି ଶିବିରରେ ବିଜେଡିର ନଗର ସଭାପତି ଆର୍ତ୍ତତ୍ରାଣ ମହାରଣା ଅତିଥି ଭାବେ ଯୋଗଦେଇ ନବୀନ ବାବୁଙ୍କ ଜନ୍ମ ଦିନର କେକ୍ କାଟି ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଅତିଥି ଶ୍ରୀ ମହାରଣା କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି ମତ ରଖିଥିଲେ । ଏହି ସ୍ୱାସ୍ଥ୍ୟସେବା ଶିବିରରେ ଉତ୍କଳମଣି ହୋମିଓପାଥି ମେଡ଼ିକାଲ କଲେଜ ଏବଂ ହସ୍‌ପିଟାଲ୍‌ର ଡାକ୍ତର ସୁନିତା କୁମାରୀ ମହାରଣା, ଡାକ୍ତର ଡ଼ଲି ସେଠୀ, ଡାକ୍ତର ଅର୍ଚ୍ଚନା ପ୍ରିୟଦର୍ଶିନୀ ସ୍ୱାଇଁ, ଡାକ୍ତର ସ୍ୱାଗତିକା ସାହୁ, ଡାକ୍ତର ଦେବାଶିଷ ସିଂ, ଡାକ୍ତର ଦେବାଶିଷ ଜେନା, ଡାକ୍ତର ବିବେକାନନ୍ଦ ସେଠୀ ଓ ଲାବ ଟେକ୍ନିସିଆନ ବିଶ୍ୱେନ୍ଦ୍ର ସିଂ ସାମନ୍ତ ପ୍ରମୁଖ ଉପସ୍ଥିତ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏହି ଶିବିରରେ ପ୍ରାୟ ୧୭୯ ଜଣ ବିଭିନ୍ନ ପ୍ରକାରର ଯଥା ମଧୁମେହ, ଉଚ୍ଚ ରକ୍ତଚାପ, ଆଣ୍ଠୁଗଣ୍ଠି ବାତ, ଯାଦୁ, ଚର୍ମରୋଗ, ଜ୍ୱର, ଥଣ୍ଡା, ଗ୍ୟାଷ୍ଟିକ୍‌ ଆଦି ପରୀକ୍ଷା କରିଥିବା ବେଳେ ପ୍ରାୟ ସମସ୍ତଙ୍କୁ ଆବଶ୍ୟକୀୟ ଟେଷ୍ଟ, ପରାମର୍ଶ ସହ ମାଗଣାରେ ଔଷଧ ଯୋଗାଇ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦକ କାର୍ତ୍ତିକ ରାଉତ, ସୁମତି ନାୟକ, ବିଶ୍ୱଜିତ ରାଉତ, ରତିଲାଲ କୁମ୍ଭାର, ରଞ୍ଜିତ ମହାରଣା, ପ୍ରତିମା ମଞ୍ଜରୀ ଆଲଦା, ରୀନା ସାହୁ, ପୁଷ୍ପାଞ୍ଜଳି ଲେଙ୍କା, ସୁମତି ବଡାଇକ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.