ଯମୁନା ମାହେଶ୍ୱରୀ ମନ୍ଦିରରେ କୁମାର ପୂର୍ଣ୍ଣିମା ଉତ୍ସବ ସହ ଦଶହରା ମହୋତ୍ସବ ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଯମୁନା ଗ୍ରାମରେ ଥିବା ଡୁମାଳ ସମାଜର ଅଧିଷ୍ଠାତ୍ରୀ ଦେବୀ ମାଁ ମାହେଶ୍ୱରୀଙ୍କ ସର୍ବପୁରାତନ ପୀଠ(ଗମ୍ଭୀରା)ରେ ଚଳିତ ବର୍ଷର କୁମାର ପୂର୍ଣ୍ଣିମା ଉତ୍ସବ ମଙ୍ଗଳବାର ରାତିରେ ପୀଠରେ ଧୁମଧାମର ସହ ପାଳିତ ହୋଇଯାଇଛି । ବିଭିନ୍ନ ରୀତିନୀତି ଅନୁସାରେ ଦଶହରା ଦିନରୁ ଷୋହଳ ଦିନ ମା’ଙ୍କ ପୂଜାର୍ଚ୍ଚନା କରାଯିବା ସହ ଶେଷ ଦିନରେ କୁମାର ପୂର୍ଣ୍ଣିମା ତଥା ଆଶ୍ୱିନ ପୂର୍ଣ୍ଣିମୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ମନ୍ଦିର ପୂଜକ ରୂପେ ଦୁର୍ଯ୍ୟୋଧନ ପାଣିଗ୍ରାହୀ, ଦେହେରୀ ଭାବେ ପ୍ରକାଶନନ୍ଦ ମହାକୁର, ଶିବାନନ୍ଦ ମହାକୁର, ଜୟରାମ ଥନାପତି, ମୂରଲୀ ମହାକୁର, କୃଷ୍ଣଚନ୍ଦ୍ର ପାତ୍ର, ଡଗର ମହାକୁର, ନେତ୍ରାନନ୍ଦ ମହାକୁର, ଗୂର୍ଜୁ ମହାକୁର, ନିତ୍ୟାନନ୍ଦ ମହାକୁର, ଚୈତନ୍ୟ ଛନ୍ଦ, ଦେବେନ୍ଦ୍ର ପଧାନ, ଭିକାରୀ ପାତ୍ର, ଲୋଚନ ମହାକୁର, ମଧୁସୂଦନ କର୍ମୀ, ଉଦ୍ରାଧର ମହାକୁର, ଜେହେରୁ ମହାକୁର, କ୍ଷୀରଧର କର୍ମୀ, ଦିଲ୍ଲୀପ କର୍ଣ୍ଣ, ସୁରକାର ଚାଉଳିଆ, ସୁଶୀଲ ମେର୍ଲୀ, ଭବାନୀ ବଘାର, ନଟବର ମେର୍ଲି, ଗାନ୍ଧୀଲାଲ ମହାକୁର, ଶଙ୍କର୍ଷଣ କର୍ମୀ, ଗୌତମ ଡାଙ୍ଗ, ମାର୍କଣ୍ଡ ନାଏକ, ହେମନ୍ତ ପର୍ଡିଆ, ରୁଦ୍ରାଧର ପଧାନ, ଚକା ମେର୍ଲି, ହର୍ଷବର୍ଦ୍ଧନ ମହାକୁର, ସୁଦର୍ଶନ କର୍ମୀ, ସୁରେଶ ପଧାନ, ସଞ୍ଜୟ ମହାକୁର, ମକାରୁ ମହାକୁର, ସଚ୍ଚିଦାନନ୍ଦ ମହାକୁର, ରମେଶ ପାତ୍ର, ସୁରେନ୍ଦ୍ର ଡାଙ୍ଗ, ରମେଶ ପଧାନ, ଭବନାନନ୍ଦ ମହାକୁର, ଲୋକେଶ ମହାକୁର ଓ ପ୍ରିତମ ମହାକୁରଙ୍କ ସହ ସମସ୍ତ ଯମୁନା ଓ ଡଙ୍ଗରପଡ଼ା ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ସେହିପରି ବ୍ଲକ ଅନ୍ତର୍ଗତ ମୁରିବାହାଲ, ଖରାଲି, ଜାନିପଡା, ବାରବନ୍ଧ, ବାଗବାହାଲି, ଚଣାବାହାଲ, ଦନ୍ଦରା ମାହେେଶ୍ଵରୀ ମନ୍ଦିରଗୁୁଡିକରେ ମଧ୍ୟ କୁମାର ପୂର୍ଣ୍ଣିମୀ ଉତ୍ସବ ସହ ଚଳିତ ବର୍ଷର ଦଶହରା ମହୋତ୍ସବ ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି ।

Leave A Reply

Your email address will not be published.