ଘଣ୍ଟବାହାଲ ଗ୍ରାମର(ଗଣ୍ଡାପଡ଼ା) ଗଜଲକ୍ଷ୍ମୀ ପୂଜା ପାଇଁ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ପଞ୍ଚାୟତ ଘଣ୍ଟବାହାଲ ଗ୍ରାମ ଗଣ୍ଡାପଡ଼ା ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ମାଁ ଗଜଲକ୍ଷ୍ମୀ ପୂଜା ପାଇଁ ଭବ୍ୟ କଳସ ଶୋଭାଯାତ୍ରା ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ପୋଖରୀରୁ ମହିଳାଙ୍କ ଦ୍ୱାରା ଜଳପୂର୍ଣ୍ଣ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା । ବୁଧବାର ମାଁ ଗଜଲକ୍ଷ୍ମୀଙ୍କ ବିଧିବିଧାନରେ ପୁଜାରମ୍ଭ, ପୁରାଣ ପଠନ ଓ ରାତ୍ରିରେ ମନୋରଞ୍ଜନ କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ଏହି ଗଜଲକ୍ଷ୍ମୀ ପୂଜା ପାଇଁ କର୍ତ୍ତା ରୂପେ ରତ୍ନାକର ଛୁରା ଓ ତାଙ୍କ ଧର୍ମପତ୍ନୀ ସାଏବନି ଛୁରା ତଥା ପୂଜକ ରୂପେ ବ୍ରଜବନ୍ଧୁ ଦାସ ଦାୟିତ୍ଵ ନିର୍ବାହ କରୁଛନ୍ତି । ଆୟୋଜକ ଗଜଲକ୍ଷ୍ମୀ ପୂଜା କମିଟି ସଭାପତି ବରୁଣ ଛୁରା, ସମ୍ପାଦକ ଶାନ୍ତନୁ ଛୁରା, କୋଷାଧ୍ୟକ୍ଷ ଲଳିତ ବାଗ ଓ କାର୍ଯ୍ୟକାରୀ ସଭାପତି କୁଶ ବାଗଙ୍କ ସହ କମିଟିର ସମସ୍ତ କର୍ମକର୍ତ୍ତା ଓ ଗଣ୍ଡାପଡ଼ାବାସୀ ଏହି ପୂଜାରେ ସମ୍ପୁର୍ଣ୍ଣ ସହଯୋଗ କରୁଛନ୍ତି ।

Leave A Reply

Your email address will not be published.