ଦିଗପହଣ୍ଡି ଠାରେ ଆୟୋଜିତ ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରାରେ ଯୋଗଦେଲେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦିଗପହଣ୍ଡି ଠାରେ ଗ୍ରାମବାସୀ ଓ ଯୁବକମାନଙ୍କ ଦ୍ଵାରା ଆୟୋଜିତ ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରାରେ ଯୋଗଦେଲେ ସାନଖେମୁଣ୍ଡି ବିଧାୟକ ରମେଶଚନ୍ଦ୍ର ଜେନା ଯୋଗଦେଇ ବୁଦ୍ଧିଜୀବୀଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ଯୁବନେତା ତଥା ସମାଜସେବୀ ଓ ପୂର୍ବତନ ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିକାଶ ପଶୁପାଳକ, ଦିଗପହଣ୍ଡି ଏନ୍.ଏ.ସି. ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, କାଉନ୍‌ସିଲର ଦୀପକ ମିଶ୍ର ଓ ଯୁବ ନେତା ତଥା ସମାଜସେବୀ ଶ୍ରୀଧର ଦେଓ ଏବଂ ଦିଗପହଣ୍ଡି ଜଣାଶୁଣା ସମାଜସେବୀ କାପଲ କୁନା ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦାନ କରି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Leave A Reply

Your email address will not be published.