ପୋଖରୀରେ ବୁଡ଼ି ଭାଇ-ଭଉଣୀ ମୃତ

ବାଲିପାଟଣା : ପୋଖରୀରେ ବୁଡ଼ି ଭାଇ-ଭଉଣୀ ମୃତ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବାଲିଅନ୍ତା ଥାନା ସୁବାଳୋ ଗ୍ରାମରେ । ମୃତକ କୋରଡକଣ୍ଟା ଗ୍ରାମର ମଣ୍ଡେଇ ଜେନା(୧୪) ଓ ବାପୁନ ଜେନା(୮) । ସୂଚନା ଅନୁସାରେ, ଭାଇ-ଭଉଣୀ ଖେଳୁଥିବା ବେଳେ ଭାଇ ବାପୁନ ପୋଖରୀରେ ବୁଡ଼ି ଯାଇଥିଲେ । ଭାଇକୁ ରକ୍ଷା କରିବାକୁ ଭଉଣୀ ପୋଖରୀକୁ ଡେଇଁପଡ଼ିଥିଲା । ପରେ ଗ୍ରାମବାସୀ ଉଭୟଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ୍ ପଠାଇଥିଲେ । ସେଠାରେ ଡାକ୍ତର ଉଭୟ ଭାଇ-ଭଉଣୀଙ୍କୁ ମୃତ ଘୋଷଣା ଚରିଥିଲେ । ଏଭଳି ଏକ ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

Leave A Reply

Your email address will not be published.