ଧର୍ମ ପରାୟଣା ମହିଳାଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପୁରୁଣା ରାଜବାଟୀ ନିବାସୀ ଧର୍ମ ପରାୟଣା ମହିଳା ଅହଲ୍ୟା ଦେବୀ(୬୭)ଙ୍କ ଆଜି ପରଲୋକ ହୋଇଯାଇଛି । ସେ କିଛି ଦିନ ହେଲା ଅସୁସ୍ଥ ଥିଲେ । ତାଙ୍କ ଶେଷ ସମୟରେ ଦୁଇ ପୁଅ ସୁରଜ ସିଂହ, କିରଣ ସିଂହ, ଦୁଇ ବୋହୁ, ଝିଅ ଶନ୍ତୁ ସିଂହ, ଜ୍ୱାଇ ସମେତ ରତ୍ନ ମଞ୍ଜରୀ ସିଂହ, ନାତି ନାତୁଣି ଉପସ୍ଥିତ ଥିଲେ । ସ୍ୱର୍ଗତ ଅହଲ୍ୟା ଦେବୀ ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦର ଅତିରିକ୍ତ ସଂପାଦକ ଶତୃଘ୍ନ ସିଂହଙ୍କ ଭାଉଜ ଓ ସ୍ୱର୍ଗତ ଦୁର୍ଯ୍ୟୋଧନ ସିଂହଙ୍କ ପତ୍ନୀ ଅଟନ୍ତି । ଆଜି ବିଭୁତିପଡା ସ୍ଥିତ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସଂପନ କରାଯାଇଛି । ପୁତୁରା ସୁବାଷ ସିଂହ, ସୁନିଲ ସିଂହ, ଭଣଜା ଋତୁରାଜ ସିଂହଙ୍କ ସମେତ ସୁରୁଗୁଣ୍ଡ ସିଂହଦେଓ, ବାବୁଲା ସିଂହଦେଓ, ଲୁକୁ ସିଂହ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ତାଙ୍କର ବଡ ପୁଅ ସୁରଜ ମୁଖାଗ୍ନି ଦେଇଥିଲେ । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସ୍ଥାନୀୟ ବିଧାୟକ କଳିକେଶ ନାରାୟଣ ସିଂହଦେଓ ଓ ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ଅହଲ୍ୟା ଦେବୀଙ୍କ ଦେହାନ୍ତରେ ଶୋକ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.