ବୃକ୍ଷରୋପଣରେ ମହାଦୁର୍ନୀତି ଅଭିଯୋଗ

  • ସତ୍ୟାସତ୍ୟ ଜାଣିବା ପାଇଁ ଜଙ୍ଗଳରେ ଚାଲିଚାଲି ବୁଲିଲେ ଉପମୁଖ୍ୟମନ୍ତ୍ରୀ
  • ରାତାରାତି କାର୍ଯ୍ୟରୁ ନିଲମ୍ବନ ହେଲେ ବନପାଳ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଭଳି ଉତ୍ତାପ ଅଞ୍ଚଳରେ ପରିବେଶ ସୁରକ୍ଷା ପାଇଁ ଓ ତାପମାତ୍ରା ନିୟନ୍ତ୍ରଣ ପାଇଁ ବନବିଭାଗ ପକ୍ଷରୁ ବୃକ୍ଷରୋପଣ କରାଯାଉଛି । ହେଲେ ବାସ୍ଥବିକ ସ୍ଥିତି କିନ୍ତୁ ଅଲଗା ଦେଖିବାକୁ ମିକିଛି । ତାହାପୁଣି ନିଜେ ଉପମୁଖ୍ୟମନ୍ତ୍ରୀ ଜଙ୍ଗଳ ଭିତରେ ଚାଲିଚାଲି ବୁଲିବା ସହ କରିଛନ୍ତି ଯାଞ୍ଚ ଶେଷରେ ଗଛ ଲଗାଯାଇନଥିବା ଯୋଗୁଁ ଅସନ୍ତୋଷ ପ୍ରକାଶ କରିବା ସହ ଭିଜିଲାନ୍ସ ବିଭାଗକୁ ତଦନ୍ତ ପାଇଁ ଦେଇଛନ୍ତି ନିର୍ଦ୍ଦେଶ । ବୃକ୍ଷରୋପଣ ନାରେ ମହାଦୁର୍ନୀତି ଅଭିଯୋଗ ଶୁଣିବା ପରେ ସତ ଜାଣିବା ପାଇଁ ନିଜେ ଜଙ୍ଗଳ ଭିତରେ ଚାଲିଚାଲି ଯାଇ ତଦନ୍ତ କରିଥିଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ତେବେ ବଲାଙ୍ଗିର ଜିଲ୍ଲା ପାଟଣାଗଡ ଫରେଷ୍ଟ ରେଞ୍ଜ ଲରମ୍ଭା ସେକ୍ସନରେ ଗତ ବର୍ଷା ଋତୁରେ ବୃକ୍ଷରୋପଣ ନାମରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ପାଟଣାଗଡ ଗସ୍ତ ସମୟରେ ଉପମୁଖ୍ୟମନ୍ତ୍ରୀ ଶ୍ରୀସିଂଦେଓ ଲରମ୍ଭା ସେକ୍ସନର ଦମକିପାଲି, ଠେଲକୋଛାପର ଓ ଲାହେରଜୁରୀ ଅଞ୍ଚଳ ଜଙ୍ଗଲକୁ ଯାଇ ପରିଦର୍ଶନ କରିଛନ୍ତି ଘଞ୍ଚ ଜଙ୍ଗଳରେ ଚାଲିଚାଲି ପରିଦର୍ଶନ ବେଲେ ଏବଂ ଚାରାରୋପଣ ନାମରେ ହୋଇଥିବା ଦୁର୍ନୀତି ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ । ତଦନ୍ତ ସମୟରେ ଉପମୁଖ୍ୟମନ୍ତ୍ରୀଙ୍କ ସହ ବଲାଙ୍ଗିର ଡିଏଫ୍‌ଓ, ପାଟଣାଗଡ ରେଞ୍ଜର, ଭିଜିଲାନ୍ସ ଅଧିକାରୀ ଉପସ୍ଥିତ ଥିଲେ । ଘଟଣାସ୍ଥଳରେ ପହଞ୍ଚି ଉପମୁଖ୍ୟମନ୍ତ୍ରୀ ଡିଏଫ୍‌ଓଙ୍କୁ ପୂର୍ବ ବର୍ଷର ଲଗାଯାଇଥବା ବୃକ୍ଷରୋପଣକୁ ଦେଖାଇବାକୁ କହିଥିଲେ କିନ୍ତୁ ଗଛ ଦେଖାଇପାରିନଥିବା ବେଲେ ପୂର୍ବ ବର୍ଷର ଗଛ ଅଛି ହେଲେ ଚଳିତ ବର୍ଷର ଗଛ ନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ । ଉପମୁଖ୍ୟମନ୍ତ୍ରୀ ତଦନ୍ତ କରିବା ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଥିଲେ । ପରେ ବଲାଙ୍ଗିର ଭିଜିଲାନ୍ସ ଯାଇ ଏହି କାମର କାଗଜପତ୍ର ନେଇ ଆସିଥିବା ଓ ସମ୍ପୃକ୍ତ ଫରେଷ୍ଟର ପ୍ରିୟବ୍ରତ ନାଏକଙ୍କୁ ରାତାରାତି କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ବିରଞ୍ଚି କୁମ୍ଭାର ଫରେଷ୍ଟର ଭାବେ ଦାୟିତ୍ଵ ଗ୍ରହଣ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.