ଆଜି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ୯୯ତମ ପ୍ରତିଷ୍ଠା ଦିବସ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ୯୯ ବର୍ଷରେ ପଦାର୍ପଣ କରିଛି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ । ଏହି ଅବସରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଟିଟିଲାଗଡ଼ ଶାଖା ପକ୍ଷରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନେଇ ସଂଘ ସଦସ୍ୟ ସ୍ଥାନୀୟ ବାଳକ ହାଇସ୍କୁଲ ପଡିଆରୁ ଏକ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ । ପରେ ଅନୁଷ୍ଠିତ ବୌଦ୍ଧିକ ସଭାରେ ଭାରତମାତା, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରତିଷ୍ଠାତା କେଶବ ବଳରାମ ହେଡ଼ଗେୱାର, ଶ୍ରୀ ଗୁରୁଜୀଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା ସହ ଗୈରିକ ପତକା ଉତ୍ତୋଳନ କରାଯାଇଥିଲା । ଏହି ଅବସରରେ ମଞ୍ଚାସୀନ ସନ୍ତୋଷ ମେହେର ସଂଘ ଚାଳକ ଟିଟିଲାଗଡ଼ ନଗର ଜ୍ଞାନରଞ୍ଜନ ପଣ୍ଡା ସମ୍ବଲପୁର ପ୍ରଚାର ପ୍ରମୁଖ ଯୋଗଦେଇ ସ୍ୱଧର୍ମ ରକ୍ଷା, ଦେଶର ଅଖଣ୍ଡତା ରକ୍ଷା ପାଇଁ ହିନ୍ଦୁ ସମାଜ ଏକଜୁଟ ହେବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ମଧ୍ୟ ଅନ୍ୟ ସେବକ ମାନଙ୍କ ଭଳି ତଳେ ବସି ଶୁଣିଥିଲେ । ଏହି ଅବସରରେ ଜାତୀୟ ପତକାକୁ ସମ୍ମାନ, ଜାତିର ସମ୍ପତ୍ତିକୁ ନଷ୍ଟ ନକରିବା, କର୍ତ୍ତବ୍ୟବୋଧ, ରାଷ୍ଟ୍ରର ବିକାଶ, ଜଳ, ବିଦ୍ୟୁତ୍‌ ଅପଚୟ କରିବା ନାହିଁ, ସ୍ଵଚ୍ଛତା ଆପଣାଇବା, ପରିବେଶ ସୁରକ୍ଷା ସହ ସଭିଏଁ ଗଛ ଲଗାଇବା ଆଦି ନେଇ ଆହ୍ୱାନ ଦେଇଥିଲେ । ସଂଘର ବରିଷ୍ଠ ସଦସ୍ୟ ଡମ୍ବରୁ କର୍ମୀ, ସ୍ଵପ୍ନେଶ୍ଵର ମହାକୁର, ରାଘବ ରଣା, ରାଜେଶ ବାବୁ ଜିଲ୍ଲା ପ୍ରଚାରକ ପ୍ରମୁଖ ହରେକୃଷ୍ଣ ରଣା ଜିଲ୍ଲା ଶାରୀରିକ ପ୍ରମୁଖ, ଟିଟିଲାଗଡ଼ ବିଧାୟକ ନବୀନ ଜୈନ, କମ୍ବୁପାଣି ପାଢ଼ୀ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ଥିଲେ ।

Leave A Reply

Your email address will not be published.