ଆଇଆଇଏସ ଶିକ୍ଷାନବୀସଙ୍କ ଓଡ଼ିଶାଗସ୍ତ : ପିଆଇବି ଭୁବନେଶ୍ୱର କାର୍ଯ୍ୟାଳୟ ପରିଦର୍ଶନ

ଭୁବନେଶ୍ୱର, (ପିଆଇବି) : ଭାରତୀୟ ସୂଚନାସେବା (ଆଇଆଇଏସ୍‌) ୨୦୨୨ ଓ ୨୦୨୩ ବ୍ୟାଚର ୮ ଜଣ ଶିକ୍ଷାନବୀସ ପ୍ରଶିକ୍ଷଣ ଭ୍ରମଣ କାର୍ଯ୍ୟକ୍ରମ ଅନ୍ତର୍ଗତ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ସେମାନେ ଭୁବନେଶ୍ୱରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟରତ ବିଭିନ୍ନ ଅନୁଷ୍ଠାନ ପରିଦର୍ଶନ କରିଛନ୍ତି । ଭୁବନେଶ୍ୱର ଏନଏବିଏମ୍‌ ପରିସରରେ ଥିବା ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) କାର୍ଯ୍ୟାଳୟ ପରିଦର୍ଶନ କରିବା ସହିତ ସେଠାକାର କାର୍ଯ୍ୟଧାରା ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହମତ ବିନିମୟ କରିଛନ୍ତି ।

Leave A Reply

Your email address will not be published.