ଭାରସାମ୍ୟ ହରାଇ ଓଲଟି ପଡିଲା କପା ବୋଝେଇ ଟ୍ରାକ୍ଟର : ୨ମୃତ, ୨ ଗୁରୁତର

ରାୟଗଡ଼ା : ଭାରସାମ୍ୟ ହରାଇ ଓଲଟି ପଡିଲା କପା ବୋଝେଇ ଟ୍ରାକ୍ଟର ଫଳରେ ୨ମୃତ, ୨ ଗୁରୁତର ବୋଲି ଖବର ମିଳିଛି । । ସୂଚନା ଯୋଗ୍ୟ ଯେ, ବିଳମ୍ବିତ ରାତିରେ ଟ୍ରାକ୍ଟରଟି ମାଝିଗୁଡା ଗାଁରୁ ପାଖରେ ଥିବା ବେଲକଣା ଗାଁକୁ ଯାଉଥିଲା । କିନ୍ତୁ ରାସ୍ତାରେ ମାତ୍ରାଧିକ ଲୋଡ଼ ଯୋଗୁଁ ଟ୍ରାକ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇପଡିଥିଲା । ଫଳରେ ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଶ୍ରମିକ ସହ ଆଉ ୨ଜଣ ଶ୍ରମିକ ଗୁରୁତର ହୋଇଥିଲେ । ତେବେ ଶ୍ରମିକ ମାନ‌ଙ୍କୁ ଉଦ୍ଧାର କରି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ସେଠାରେ ମହିଲା ଶ୍ରମିକ ଜଣ‌ଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି । ଅନ୍ୟପଟେ ଦୁର୍ଘଟଣା ସଂପର୍କରେ ଖବର ପୋଲିସକୁ ଦିଆଯାଇଥିଲା । ଖବର ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.