ପୁର୍ବତନ ୱାର୍ଡ ମେମ୍ବରଙ୍କ ପରଲୋକ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ଚନ୍ଦନଭାଟୀ ଗ୍ରାମ ପଞ୍ଚାୟତର ବଘଲା ଗ୍ରାମର ପୁର୍ବତନ ସରପଞ୍ଚ ଦୟାମୟ ସା (୪୮)ଙ୍କ ପରଲୋକ ହୋଇଯାଇଛି । ବହୁଦିନ ହେବ ସେ କର୍କଟ ରୋଗରେ ପୀଡିତ ଥିଲେ । ବାରମ୍ବାର ଚିକିତ୍ସା ଏବଂ ଅପ୍‌ରେସନ୍‌ ପରେ ଟିକେ ସୁସ୍ଥ ଅନୁଭବ କରିଥିଲେ ହେଲେ ଆଜି ତାଙ୍କ ଦେହ ଅସୁସ୍ଥ ହୋଇ ପଡିଥିଲା । ଫଳରେ ଆଜି ସକାଳ ୧୦ଟାରେ ଇହଧାମ ତ୍ୟାଗ କରିଥିଲେ । ସୂଚନା ଥାଉ କି ତାଙ୍କର ସ୍ତ୍ରୀ ସହିତ ଛୋଟ ପୁଓ ଏବଂ ଏକ ଝିଅ ଅଛନ୍ତି । ଯେହେତୁ ସେ ଘରର କର୍ମଠ ଥିଲେ ସେ ରୋଗରେ ପଡି ରହିଥିବା ହେତୁ ଦୀର୍ଘ ଦୁଇ ବର୍ଷ ହେବ ରୋଜଗାର ମଧ୍ୟ ହେଉନଥିଲା ଏବେ ତାଙ୍କର ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି । ଗରିବ ପରିବାର ହୋଇଥିବାରୁ ତାଙ୍କ ପିଲା ଛୁଆଙ୍କୁ ସରକାର ତରଫରୁ ପାଠ ପଢାଇବା ଏବଂ କିଛି ଆର୍ଥିକ ସହଯୋଗର ବ୍ୟବସ୍ଥା କରାଇଦେବା ପାଇଁ ଗ୍ରାମବାସୀଙ୍କ ଦାବୀ ହେଉଛି । ତାଙ୍କ ଶବଦାହ ବେଳେ ବଡଭାଇ, ଭଉଣୀ ଏବଂ ବନ୍ଧୁ ପରିଜନ ସହିତ ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.