csstore

ସୋଲାର ପ୍ଲେଟ ଚୋରି ଘଟଣାରେ ୩ ଅଭିଯୁକ୍ତ ଗିରଫ

ସଇଁତଲା : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ଚୋରଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗୁଥିବା ବେଳେ ପୋଲିସ ପ୍ରଶାସନର କଡା ପେଟ୍ରୋଲିଂ ମଧ୍ୟ ଦେଖିବାକୁ ମିଳୁଛି । ସୂଚନା ଅନୁଯାୟୀ ଗତ କାଲି ବିଲମ୍ବିତ ରାତିରେ ସଇଁତଲା ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ସଇଁତଲା ଥାନା ଗୁର୍ଲ୍ଲାମାଲ ଛକ ନିକଟରେ ଥିବା ପପନ ଢାବାରେ ଏକ ପିକ୍‌ଅପ ଭ୍ୟାନ ଅଟକି ରହିଥିଲା ପୋଲିସ ସନ୍ଦେହ କରି ଗାଡି ଭିତରେ ଥିବା ବ୍ୟକ୍ତିଙ୍କୁ ପଚରାଉଚରା କରିଥିଲା । ପରେ ଜାଣିବାକୁ ପାଇଥିଲା ଯେ, ପିକ୍‌ଅପ ଭ୍ୟାନ ଭିତରେ ଥିବା ୩ ଜଣ ବ୍ୟକ୍ତି ହିିଁ ସୋଲାର ପ୍ଲେଟ ଚୋରି ଘଟଣାର ଅଭିଯୁକ୍ତ ।ଦେଓଗାଁ ଅଂଚଳର ଏକ ସୋଲାର ପ୍ଲାଣ୍ଟରୁ ସୋଲାର ପ୍ଲେଟ ଚୋରି କରି ପିକଅପ ଭ୍ୟାନରେ ଆଣୁଥିଲେ ଏହି ତିନି ଜଣ ଗିରଫ ଅଭିଯୁକ୍ତ । ହେଲେ ପୋଲିସର ପେଟ୍ରୋଲିଂ ବେଳେ ଏହି ତିନି ଜଣ ଅଭିଯୁକ୍ତ ପୋଲିସ ହାତରେ ଧରାପଡ଼ିଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ସଇଁତଲା ଥାନା ଡୁଙ୍ଗୁରିପାଲି ଗାଁର ଅଜିତ ସାହୁ, ଗୁର୍ଲାମାଲ ଗାଁର ଅମିତ ସାହୁ ଓ ଲଳିତ ସାହୁ ହୋଇଥିବା ବେଳେ ଏମାନଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ ସଇଁତଲା ଆଇଆଇସି ସୂଚନା ଦେଇଛନ୍ତି । ଅନ୍ୟପଟେ ପୋଲିସ ଅଭିଯୁକ୍ତମାନଙ୍କ ଦ୍ୱାରା ବ୍ୟବହାର ହୋଇଥିବା ପିକଅପ ଭ୍ୟାନ ଗାଡି ସହ ସୋଲାର ପ୍ଲେଟକୁ ଜବତ କରିଥିବା ନେଇ ସୂଚନାରେ କୁହାଯାଇଛି ।

jayashree
Leave A Reply

Your email address will not be published.