ଗୁଡଭେଲା ବ୍ଲକସ୍ତରୀୟ ଆଥଲେଟିକ୍ ମିଟ୍ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ସ୍ଥାନୀୟ ତୁଷୁରା ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଗୁଡଭେଲା ବ୍ଲକସ୍ତରୀୟ ଆଥଲେଟିକ୍ ମିଟ୍ ପ୍ରଧାନ ଶିକ୍ଷକ ଭାନୁମତି ଛତ୍ରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉଦ୍‌ଘାଟନୀ ସଭାରେ ଗୁଡ଼ଭେଲା ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ସାମର୍ଥ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ଅତିରିକ୍ତ ଶିକ୍ଷା ଅଧିକାରୀ ବିପିନ ବାଗ, ବିଦ୍ୟାଳୟର ମୋ ସ୍କୁଲ ଅଭିଯାନର ସଭାପତି ନିରୋଦ ନାଗ ଓ ଚିଞ୍ଚେଡ ଉଚ୍ଚ ବିଦ୍ୟାଳୟର ବାଳଗୋପାଳ ଖେତି ସମ୍ମାନିତ ଅତିଥି ଭାବେ ଯୋଗଦେଇ କୁନି କ୍ରୀଡାବିତ୍‌ଙ୍କୁ ଉତ୍ସାହିତ କରିଥିଲେ । ସହକାରୀ ଶିକ୍ଷକ ବାଳକୃଷ୍ଣ ମହାପାତ୍ର ସଭା ପରିଚାଳନା କରିଥିଲେ । ଉକ୍ତ କ୍ରୀଡାରେ ସର୍ବମୋଟ୍‌ ୧୪ଟି ବିଦ୍ୟାଳୟର ୧୩୦ରୁ ଅଧିକ କ୍ରୀଡାବିତ୍ ସକ୍ରିୟ କ୍ରୀଡା ପ୍ରଦର୍ଶନ କରି ୪୦ ଗୋଟି ଇଭେଣ୍ଟରେ ୪୦ ଜଣ ପ୍ରତିଯୋଗୀ ବଲାଙ୍ଗିର ଜିଲ୍ଲାସ୍ତରୀୟ କ୍ରୀଡା ପାଇଁ ମନୋନୀତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନରେ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ସକ୍ରିୟ ଯୋଗଦାନ ଦେଇଥିଲେ ଏବଂ କ୍ରୀଡାବିତ୍ ମାନଙ୍କୁ ଜିଲ୍ଲାସ୍ତରୀୟ କ୍ରୀଡା ପାଇଁ ମନୋନୀତ କରିଥିଲେ । ଗୁଡଭେଲା ବ୍ଲକର ସମସ୍ତ କ୍ରୀଡା ଶିକ୍ଷକ କ୍ରୀଡା ପରିଚାଳନା କରିଥିଲେ ।

Leave A Reply

Your email address will not be published.