‘ଗୁଡ୍ ସାମରିଟାନ’ ଭାବେ ଯୁବ ସମାଜସେବୀ ଅଶ୍ଵିନୀ ଦାସ ସମ୍ମାନିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି ଶିକ୍ଷା ଓ ସମୃଦ୍ଧି ପାଇଁ ଅନେକ ସମୟରୁ ଏହି ଗାଁ ଖ୍ୟାତି ସମ୍ପନ୍ନ । ଏଠିକାର ଜଣେ ଯୁବକ ହେଉଛନ୍ତି ଅଶ୍ୱିନୀ ଦାଶ । ପେଶାରେ ଜଣେ ସାମ୍ବାଦିକ କିନ୍ତୁ ନିଶା ତାଙ୍କର ସମାଜସେବା । ସମାଜର ସାମ୍ପ୍ରତିକ ସମସ୍ୟା କଥା ହଉ କିମ୍ବା ଆକସ୍ମିକ ଦୁର୍ଘଟଣାରେ‌ ପୀଡ଼ିତ ବ୍ୟକ୍ତିଙ୍କୁ ଉଦ୍ଧାର, ସବୁ କାର୍ଯ୍ୟରେ ସବୁବେଳେ‌ ତତ୍ପର ଏବଂ ସିଦ୍ଧହସ୍ତ । ଏଥିପାଇଁ ଅନେକ ଅନୁଷ୍ଠାନ ତରଫରୁ ତାଙ୍କୁ ସମ୍ମାନିତ ମଧ୍ୟ କରାଯାଇଛି । ନିକଟରେ ବରପାଲି ବ୍ଲକ ବନ୍ଧପାଲି ଗାଁ ନିକଟରେ ଜଣେ ବ୍ୟକ୍ତି ଦୁର୍ଘଟଣାର ଶିକାର ହୋଇଥିଲେ । ସାହାଯ୍ୟ ପାଇଁ କେହି ସେଠାରେ ଉପସ୍ଥିତ ନ ଥିଲେ । ଅଶ୍ୱିନୀ ସେଇ ରାସ୍ତା ଦେଇ ଗାଁକୁ ଫେରୁଥିବା ବେଳେ ଏହା ଦେଖି କାଳବିଳମ୍ବ ନ କରି ୧୦୮ ଯୋଗେ ତାଙ୍କୁ ନିଜେ ବିଜେପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇ ତାଙ୍କର ସେବା ଯତ୍ନ କଥା ଲଗାତାର‌ ପଚାରି ବୁଝୁଥିଲେ । ଏମିତି ଅନେକ ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ଡାକ୍ତରଖାନାରେ ଚିକିତ୍ସିତ କରାଉଥିବାର ନଜର ରହିଛିଃ ପ୍ରାୟତଃ ଦୁର୍ଘଟଣା ଗ୍ରସ୍ତଙ୍କୁ ଦେଖି ଲୋକେ ପୋଲିସ କେସ ଭୟରେ ପଳାଇଥାନ୍ତି, କିନ୍ତୁ ସେ‌ମାନଙ୍କ କଷ୍ଟ ମତେ ବ୍ୟଥିତ କରିଥାଏ ବୋଲି ଅଶ୍ୱିନୀ କୁହନ୍ତି । ଆହୁରି ମଧ୍ୟ ଏଥି ନିମନ୍ତେ ସରକାରୀସ୍ତରରେ ଗୁଡ ସାମରିଟାନ ପୁରସ୍କାରର‌ ମଧ୍ୟ ବ୍ୟବସ୍ଥା ରହିଛି । ଯାହା କିଛି ଲୋକଙ୍କ ପାଖକୁ ପହଞ୍ଚୁ ନାହିଁ । ତେବେ ସରକାରୀସ୍ତରରେ ଆହୁରି ପ୍ରଚାର ପ୍ରସାର ତଥା ଜନସାଧାରଣ ଜାଗ୍ରତ ହେବା ନିତାନ୍ତ ଦରକାର, ନ ହେଲେ ଅନେକ ଜୀବନ ଅକାଳରେ ହାନି‌ ହୋଇଯିବ ବୋଲି ଯୁବ ସମାଜସେବୀ ଅଶ୍ୱିନୀ କୁମାର ଦାଶ କୁହଛନ୍ତି ।

Leave A Reply

Your email address will not be published.