ସ୍ୱର୍ଗତ ଜୟନାରାୟଣଙ୍କ ସ୍ମୃତିରେ ଶ୍ରୀ ଲୋକନାଥ ଭଜନମଣ୍ଡଳୀରେ ଭଜନ ଓ ପୁସ୍ତକ ସମାରୋହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶ୍ରୀ ଲୋକନାଥ ବାବା ଭଜନମଣ୍ଡଳୀ ତରଫରୁ ଟିକ୍ରାପଡା ସ୍ଥିତ ରବି ନାରାୟଣ ଶତପଥୀଙ୍କ ବାସଭବନରେ ତାଙ୍କର ବଡଭାଇ ସ୍ୱର୍ଗତ ଜୟନାରାୟଣ ଶତପଥୀଙ୍କ ଚତୁର୍ଥ ବାର୍ଷିକ ଶ୍ରାଦ୍ଧ ଅବସରରେ ସ୍ୱତନ୍ତ୍ର ଭଜନ ସମାରୋହ ଓ ସବୁ ଦିନ ବୋଲା ଯାଉଥିବା କିଛି ବହୁ ପରିଚିତ ଭଜନ ସବୁର ପ୍ରକାଶିତ ସ୍ୱରୂପ ଶ୍ରୀ ଲୋକନାଥ ଭଜନ ମଞ୍ଜରୀ ନାମରେ ପୁସ୍ତକ ଆକାରରେ ପ୍ରକାଶିତ ହୋଇ ଲୋକାର୍ପଣ ହୋଇଯାଇଛି । ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ପ୍ରେମଚାନ୍ଦ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁସ୍ତକ ଉନ୍ମୋଚନରେ ସ୍ୱର୍ଗତ ଜୟନାରାୟଣଙ୍କ ଧର୍ମପତ୍ନୀ ସ୍ମିତା ଶତପଥୀ, ପୁତ୍ର ଶ୍ରୀଶଙ୍କ ସମେତ ବଡଭାଇ ସତ୍ୟନାରାୟଣ ଶତପଥୀ, ସାନଭାଇ ରବିନାରାୟଣ ଶତପଥୀ, ରାଜେନ୍ଦ୍ର ନାରାୟଣ ଶତପଥୀ , ରାଜେଶ ନାରାୟଣ ଶତପଥୀ ଓ ପରିବାର ବର୍ଗ ଉପସ୍ଥିତ ଥିଲେ । ଶ୍ରୀ ଲୋକନାଥ ଭଜନ ମଣ୍ଡଳୀ ତରଫରୁ ରାମପ୍ରସାଦ ସାହୁ, ଧ୍ରୁବଚରଣ ସାହୁ, ସନ୍ତୋଷ ମିଶ୍ର, ଅନନ୍ତ ପ୍ରସାଦ ଥନାପତି, ଜିତେନ୍ଦ୍ର ପଟନାୟକ, ସୁଧାକର ବେହେରା, ପ୍ରଭାତ ଦାଶ, ଅଜିତ ମିଶ୍ର, ଅବନୀ ସାହୁ, ଧ୍ରୁବଚରଣ ମେହେର, ଅଚ୍ୟୁତ ସାହୁ, ଉପେନ୍ଦ୍ର ଦର୍ଜୀ, ସୀତାରାମ ଦାଶ ପ୍ରମୁଖ ଭଜନ ପରିବେଷଣ ଓ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ।

Leave A Reply

Your email address will not be published.