ସର୍ବ ଭାରତୀୟ ସ୍ତରରେ ବିରଞ୍ଚି ଦାଶ ସମ୍ବର୍ଦ୍ଧିତ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ରାଜସ୍ଥାନ ରାଜ୍ୟର ଅଗ୍ରଣୀ ଶିଶୁ ସାହିତ୍ୟ ପତ୍ରିକା ବାଲବାଟିକାର ୨୫ତମ ରାଷ୍ଟ୍ରୀୟ ଶିଶୁ ସାହିତ୍ୟ ସମ୍ମିଳନୀ ଓ ସମ୍ବର୍ଦ୍ଧନା ସମାରୋହ ଅକ୍ଟୋବର ମାସ ୫ ଓ ୬ ତାରିଖ ଦୁଇଦିନ ଧରି ଭିଲବାଡା ଜିଲ୍ଲାର ଗୁଲାବପୁରା ସ୍ଥିତ ସୁମିତ୍ରା ପେଲେସର ସଭା କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ୧୭ ଗୋଟି ରାଜ୍ୟର ଶିଶୁ ସାହିତ୍ୟିକ ଯୋଗ ଦେଇଥିଲେ । ଓଡିଶାରୁ ନିର୍ଝରିଣୀ, କଣ୍ଟାବାଞ୍ଜିର ସମ୍ପାଦକ ତଥା ସଂଘଠକ ବିରଞ୍ଚି ନାରାୟଣ ଦାଶ ଓ ତାଙ୍କ ପତ୍ନୀ ମମତା ପଣ୍ଡା ଯୋଗ ଦେଇଥିଲେ । ଏହି ଅବସରରେ ଶ୍ରୀ ଦାଶଙ୍କ ନିରନ୍ତର ଶିଶୁ ସାହିତ୍ୟ ସାଧନା, ସଂଗଠନ ଓ ପତ୍ରିକା ପ୍ରକାଶନ ପାଇଁ ତାଙ୍କୁ ଜନକବି ମୋହନ ମେଣ୍ଡେଲା ସ୍ମୃତି ରାଷ୍ଟ୍ରୀୟ ବାଲବାଟିକା ସୃଜନ ସମ୍ମାନରେ ସମ୍ବର୍ଦ୍ଧିତ କରିବା ସହିତ ଉପଢୌକନ, ପ୍ରମାଣପତ୍ର ଓ ୫ ହଜାର ଏକଶତ ଳଗଦ ରାଶି ପ୍ରଦାନ କରାଯାଇଥିଲା । ସମ୍ବର୍ଦ୍ଧନା ସଭାରେ ବାଲବାଟିକାର ସମ୍ପାଦକ ଡ. ଭେରୁଁଲାଲ ଗର୍ଗ, ସହ ସମ୍ପାଦକ ରେଖା ଲୋଢା, ସୌତନ୍ୟ ସମ୍ପାଦକ ବିରେନ୍ଦ୍ର ଲୋଢା ଆଦି ଉପସ୍ଥିତ ଥିଲେ । ଏହି ଖବର ଜାଣିବା ପରେ ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ, ବାଲ ସାହିତ୍ୟ ପୁରସ୍କାର ପ୍ରାପ୍ତ ଶିଶୁ ସାହିତ୍ୟିକ ଡ. ଯୁଗଳ କିଶୋର ଷଡ଼ଙ୍ଗୀ ତଥା ସାହିତ୍ୟିକ ଓ ବୁଦ୍ଧିଜୀବୀ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.