ଗରଗଡ଼ବାହାଲ ପଞ୍ଚାୟତ ସ୍ତରୀୟ ଗିରିଗୋବର୍ଦ୍ଧନ ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗରଗଡ଼ବାହାଲ ପଞ୍ଚାୟତଠାରେ ପଞ୍ଚାୟତସ୍ତରୀୟ ଗିରିଗୋବର୍ଦ୍ଧନ ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ଯୁବ ସାମ୍ବାଦିକ ହୃଦାନନ୍ଦ ବାଗଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକ ପରିଚାଳନା କରିଥିଲେ ବରିଷ୍ଠ ସଦସ୍ୟ ଚନ୍ଦ୍ରହାସ୍ୟ ବାଗ । ବୈଠକରେ ପୂଜା ପାଇଁ ବିସ୍ତୃତ ରୂପେ ଆଲୋଚନା ହୋଇ ବିଭିନ୍ନ ଦାୟିତ୍ଵ ବଣ୍ଟନ କରାଯାଇଥିଲା । ଏଥିରେ ଭୈରବ ବାଗ, ସଞ୍ଜୟ ବାଗ, ଧର୍ମେନ୍ଦ୍ର ହଂସ, ନନ୍ଦଲାଲ ବାଗ, ରମେଶ ବାଗ, ରଙ୍ଗାଧର ବାଗ, ଇନ୍ଦ୍ରମଣି ବାଗ, ଶେଷଦେବ ବାଗ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଇନ୍ଦ୍ରମଣି ବାଗ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.