ପାଇକମାଲ କୃଷି କାର୍ଯ୍ୟାଳୟ ଠାରେ ପିଏମ୍ କିଶାନର ସିଧାପ୍ରସାରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କୃଷି କାର୍ଯ୍ୟାଳୟ ଠାରେ ପିଏମ୍ କିଶାନ ଉତ୍ସବ ପାଳନ କରାଯାଇଥିଲା । ପ୍ରଧାନମନ୍ତ୍ରୀ‌‌ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ଔସିମ ଠାରେ ‌ପିଏମ୍ କିଶାନର ୧୮ତମ କିସ୍ତି ୯ କୋଟି ୪୦ ଲକ୍ଷ ଚାଷୀ ଭାଇମାନଙ୍କୁ ୨୦ ହଜାର କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଇଛନ୍ତି । ସେହି ପରିପ୍ରେକ୍ଷୀରେ ପାଇକମାଲ ବ୍ଲକ ସ୍ଥିତ କୃଷି କାର୍ଯ୍ୟାଳୟ ପରିସରରେ ସିଧାପ୍ରସାରଣ ମାଧ୍ୟମରେ ଚାଷୀମାନଙ୍କୁ ଦେଖାଇବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପାଇକମାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଫୁଲ୍ଲ କୁମାର ଓଦୁ, ବ୍ଲକ କୃଷି ଅଧିକାରୀ ସୋମନାଥ ମହାପାତ୍ର, ବି.ଏଫ୍‌.ଏସି ଚେୟାରମେନ ଯୋଗେନ୍ଦ୍ର ଭୋଇ, ଉଦ୍ୟାନ କୃଷି ଅଧିକାରୀ ପ୍ରମୋଦ କୁମାର ଶବର ଯୋଗଦେଇ ଚାଷୀ ଭାଇମାନଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.