ମହିଳା ମହାବିଦ୍ୟାଳୟ ଦର୍ଶନଶାସ୍ତ୍ର ବିଭାଗର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ

  • ଲକ୍ଷ୍ୟ ସ୍ଥଳରେ ପହଂଚିବା ପାଇଁ ସୁକର୍ମ ଏକ ପ୍ରକୁଷ୍ଟ ମାଧ୍ୟମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗର ପ୍ରଥମ ବର୍ଷର ଛାତ୍ରୀମାନଙ୍କ ପାଇଁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦର୍ଶନଶାସ୍ତ୍ର ବିଭାଗର ମୁଖ୍ୟ ସଂଯୁକ୍ତା କୁମାରୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅରବିନ୍ଦ କୁମାର ଓଝା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭବିଷ୍ୟତ ଲକ୍ଷ୍ୟ ସ୍ଥଳରେ ପହଂଚିବା ପାଇଁ ସୁକର୍ମ ଏକ ପ୍ରକୁଷ୍ଟ ମାଧ୍ୟମ ବୋଲି କହିଥିଲେ । ନିମନ୍ତ୍ରୀତ ବକ୍ତା ଭାବେ ଅବସରପ୍ରାପ୍ତ ମନୋରଂଜନ ମିଶ୍ର ଯୋଗଦେଇ ଲକ୍ଷ୍ୟ ହାସଲ ପାଇଁ ଖୁବ ଯତ୍ନବାନ ହେବା ଓ ଶ୍ରେଣୀ ଗୃହରେ ନିରବତା ରକ୍ଷା କରି ମନଯୋଗୀ ହେବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟତମ ବକ୍ତାଭାବେ ପ୍ରଶାସନିକ ଅଧିକାରୀ ଡ. ସଦାଶିବ ମଲ୍ଲିକ ଦୈନିକ ଜୀବନରେ ଶୃଙ୍ଖଳାର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଦର୍ଶନଶାସ୍ତ୍ର ଅଧ୍ୟାପକ ରାକେଶ ମଲ୍ଲିକ, ସଂସ୍କୃତ ଅଧ୍ୟାପକ ଅଜିତ କୁମାର ପଣ୍ଡା, ତର୍କଶାସ୍ତ୍ର ଅଧ୍ୟାପିକା ମୋନାଲିଶା ପାଣି ଓ ଇଂରାଜୀ ଅଧ୍ୟାପିକା ଡ. ଅନୁରାଧା ମିଶ୍ର ନିଜ ବକ୍ତବ୍ୟରେ ବ୍ୟକ୍ତିଗତ ବା ସାମାଜିକ ସମୃଦ୍ଧି ପାଇଁ ଶୃଙ୍ଖଳା ଜ୍ଞାନ ଅପରିହାର୍ଯ୍ୟ ଅଟେ ବୋଲି କହିଥିଲେ । କାର୍ଯ୍ୟକ୍ରମର ସଂଯୋଜନା ଦ୍ୱିତୀୟ ବର୍ଷର ଛାତ୍ରୀ ପ୍ରିୟା ପାତ୍ର କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ଛାତ୍ରୀ ଗଙ୍ଗାମୟୀ ମହାନନ୍ଦ । ଏହି ସଭାରେ ବରିଷ୍ଠ ବର୍ଗର ଛାତ୍ରୀମାନେ ପ୍ରଥମ ବର୍ଷର ଛାତ୍ରୀମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । କାର୍ଯ୍ୟକ୍ରମର ଶେଷରେ ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

Leave A Reply

Your email address will not be published.