ନାଇକେନପାଲିରେ ରାମପୁର କ୍ଲଷ୍ଟରସ୍ତରୀୟ ସୁରଭି

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର କ୍ଲଷ୍ଟର ସ୍ଥିତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ସୁରଭି ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଜେଠୁ ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉତ୍ସବକୁ ପଣ୍ଡକିଟାଲ – ନାଇକେନପାଲି ସରପଞ୍ଚ ଗୋବିନ୍ଦ ସେଟ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଡାକ୍ତର ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଗୋଷ୍ଠୀ ସହ ଶିକ୍ଷା ଅଧିକାରୀ ଗଞ୍ଜଳୁ ମିର୍ଧା ମୁଖ୍ୟବକ୍ତାଭାବେ ଯୋଗଦାନ କରି ସୃଜନଶୀଳତାର ବିକାଶ ପାଇଁ ସୁରଭି କାର୍ଯ୍ୟକ୍ରମର ଭୂମିକା ବିଷୟରେ ଆଲୋଚନା କରିଥିଲେ । ସହ ଗୋଷ୍ଠୀ ଶିକ୍ଷାଧିକାରୀ ବଟକୃଷ୍ଣ ପାଢ଼ୀ, ଜଗତ ମଲ୍ଲିକ, ରାମପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରାଣବନ୍ଧୁ ହୋତା ସମ୍ମାନିତ ଅତିଥିଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ, ରଚନା ଲିଖନ, ସୃଜନଶୀଳ ଲିଖନ, କୁଇଜ, ବକ୍ତୃତା, ଚିତ୍ରକଳା, ଶିଳ୍ପକଳା, ଗଳ୍ପକଥନ, ଗଣିତ ଦୌଡ଼, ପ୍ରବନ୍ଧ ଲିଖନ, ତର୍କ, ବକ୍ତୃତା ପ୍ରତିଯୋଗିତା ହୋଇଥିଲା । ଶିକ୍ଷକ ସନ୍ତୋଷ ସୁନା, ଗୋକୁଳାନନ୍ଦ ସାହୁ, କୃଷ୍ଣଚନ୍ଦ୍ର ବାରିକ, ଡ଼ଃ. ରଞ୍ଜନ କୁମାର ଦାଶ, ପ୍ରକାଶ ଭୁଏ, ଡମ୍ବରୁଧର ଅମାତ, ଅବିନାଶ ମହାପାତ୍ର, ସୁଜିତ ପଧାନ, ଅଶ୍ୱିନୀ ପଧାନ, ଦେବରାଜ ଭୁଏ, ସ୍ୱାଧୀନ ବିଶ୍ୱାଳ, ବଳଦେବ ସାହୁ, ବିଶ୍ୱଜିତ ସା, ଲିଙ୍ଗରାଜ ପଧାନ, ଗୋବିନ୍ଦ ମାଝୀ, କୁଶ ଭୋଇ, ସରୋଜ ଦାଶ, ନାରାୟଣ ବାଗ, ଖଗେଶ୍ୱର କୁମ୍ଭାର, ଶିକ୍ଷୟିତ୍ରୀ ଝୁନା ମେହେର, ନିରୁପମା ପାଣିଗ୍ରାହୀ, ରେବତୀ ମେହେର, ମିନତୀ ବରିହା, ରେଣୁକା ଦାଶ, ଅରୁଣା ମେହେର, ନିତୁ ପଧାନ ଓ ନାଇକେନପାଲି ଗ୍ରାମବାସୀ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ସୁଧୀର ଗଡତିଆ ପରିଚାଳନା କରିଥିବା ବେଳେ ନାଇକେନ ପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଳରାମ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.