ଜଗତ ଜନନୀଙ୍କ ନବରାତ୍ର ପୂଜା : ଦ୍ୱିତୀୟ ଦିନରେ ପ୍ରବଳ ଗହଳି

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ): ମାଁ ଜଗତ ଜନନୀଙ୍କ ନବରାତ୍ର ପୂଜାର ଶୁକ୍ରବାର ଦ୍ୱିତୀୟ ଦିନରେ ବିଭିନ୍ନ ଦେବୀ ପୀଠରେ ଚାଲିଛି ପୂଜାର୍ଚ୍ଚନା । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡା, ମା’ବରାଳ ଦେବୀ ଓ ବନ୍ଧସାହିରେ ଠିକାଦାର ସଂଘ ପକ୍ଷରୁ ନବରାତ୍ର ପୂଜା ଚାଲିଛି । ଶୁକ୍ରବାର ଦ୍ୱିତୀୟ ଦିନରେ ଦର୍ଶନ କରିବାକୁ ଭକ୍ତଙ୍କ ଗହଳି ଲାଗିଛି । ସେଥିପାଇଁ ସମଗ୍ର ବାଲିଗୁଡା ହୋଇ ଉଠିଛି ଚଳଚଞ୍ଚଳ । ବିଶ୍ଵାସ ଅଛି ମା’ଙ୍କୁ ଦର୍ଶନ କଲେ ମନର ମାନସିକ ପୂରଣ ହୋଇଥାଏ । ଆଜି ନବରାତ୍ରର ଦ୍ୱିତୀୟ ଦିନରେ ମା’ଙ୍କ ଦର୍ଶନ କରିବାକୁ ଧାଇଁ ଆସିଛନ୍ତି ଭକ୍ତ । ରାସ୍ତାର ଦୁଇ ପାର୍ଶ୍ଵରେ ଥିବା ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତିର ମାର୍କେଟ୍‌ର ଆରମ୍ଭ ଓ ଶେଷରେ ଶ୍ରୀରାମ ମନ୍ଦିର ତୋରଣ ସବୁଠାରୁ ଆକର୍ଷଣୀୟ ହୋଇପାରିଛି, ସେହିପରି ମା’ ବରାଳ ଦେବୀ ମନ୍ଦିର ପରିଚାଳନା କମିଟି ଓ ବନ୍ଧସାହିରେ ଠିକାଦାର ସଂଘ ପକ୍ଷରୁ ମଧ୍ୟ ପ୍ରବେଶ ପଥ ଓ ପ୍ରସ୍ଥାନ ପଥରେ ସୁସଜ୍ଜିତ ତୋରଣ ମନଲୋଭା ହୋଇପାରିଛି । ଦଶହରା ଶେଷ ପର୍ଯ୍ୟନ୍ତ ଗହଳି ହେଉଥିବା ଦୃଷ୍ଟିରୁ ବାଲିଗୁଡା ପୋଲିସ ପ୍ରଶାସନ ପକ୍ଷରୁ ସମଗ୍ର ଅଞ୍ଚଳରେ ପୁଲିସ ମୁତୟନ କରାଯାଇ କଡା ପହରା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Leave A Reply

Your email address will not be published.