ଯୁବକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା : ୪ ଅଟକ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଯୁବକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା । ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଚାଟିକଣା ମାଳିସାହିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗତକାଲି ରାତି ୧୧ଟା ସମୟରେ କେହି ଜଣେ ଦୁର୍ବୁତ୍ତ ଯୁବକଙ୍କୁ ଟାଙ୍ଗିଆରେ ନିର୍ମମ ଭାବରେ ହାଣିବା ଫଳରେ ଯୁବକ ଜଣଙ୍କ ପ୍ରାଣ ବିକଳରେ ଦୌଡି ଦୌଡି ଆସି ଘର ସମ୍ଭୁଖରେ ପଡିଯାଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଫଳରେ ସାହିଲୋକ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବିଷମ କଟକ ପୋଲିସ ପହଞ୍ଚି ତଦନ୍ତ କରୁଛି । ପୋଲିସ ମୃତ୍ୟୁର କାରଣ ଖୋଜୁଥିବାବେଳେ ୪ ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି । ମୃତ ଯୁବକ ଜଣକ ଚାଟିକୋଣା ମାଳିସାହିର ଘାସିରାମ ଜିଲିକାର ବୋଲି ଜଣାପଡିଛି । ପୋଲିସ ମୃତ ଦେହକୁ ଜବତ କରିବା ସହ ସାଇଣ୍ଟିଫିକ ଟିମ୍‌କୁ ଖବର ଦେଇ ଥିବା ବେଳେ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.

error: Content is protected !!