ରେଙ୍ଗଟାସିଲ ଗ୍ରାମରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ପାଟଣାଗଡ, (କେପିଏନ୍‌ଏସ୍‌) : ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ପାଟଣାଗଡ ବ୍ଲକ ଧୁବଲପଡା ପଞ୍ଚାୟତର ରେଙ୍ଗଟାସିଲ ଗ୍ରାମରେ ପଞ୍ଚସଖା ଜଳ ବିଭାଜିକା ତରଫରୁ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ କସ୍ତୁରୀ ଭୋଇ ଯୋଗଦେଇ ଗ୍ରାମାଞ୍ଚଳର ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଗ୍ରାମର ସମସ୍ତ ସ୍ୱୟଂ ସହାୟକ ଦଳର ସଦସ୍ୟ ମାନେ ସ୍ୱଚ୍ଛତା ରକ୍ଷା କରିବା ପାଇଁ ଶପଥ ପାଠ କରିବା ସହିତ ସମସ୍ତେ ମିଶି ପୋଖରୀ ତୁଠ ଓ ଗ୍ରାମରାସ୍ତା ସଫେଇ କରିଥିଲେ । ମୃତ୍ତିକା ସଂରକ୍ଷଣ ଓଭର୍‌ସିଆର୍‌ ପ୍ରଫୁଲ୍ଲ କୁମାର ପଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜଳ ବିଭାଜିକାର ସମସ୍ତ କର୍ମଚାରୀ ଏଥିରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.

error: Content is protected !!