csstore

ବରଗଡ ଜିଲ୍ଲାସ୍ତରୀୟ ଲୋକ ନୃତ୍ୟ ପ୍ରତିଯୋଗିତା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଜିଲ୍ଲାସ୍ତରୀୟ ଲୋକ ନୃତ୍ୟ ପ୍ରତିଯୋଗିତା ଟୁକୁର୍ଲ୍ଲା ସ୍ଥିତ ବରଗଡ଼ ବିଜ୍ଞାନ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜ୍ଞାନ ନୀରିକ୍ଷକ ଧୀରଜ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଗୋବିନ୍ଦ ସେଠ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ଶିକ୍ଷକ ପ୍ରକାଶ ପଣ୍ଡା, ଶିବାନନ୍ଦ ମହାନନ୍ଦ ଏବଂ ସଞ୍ଜୟ ପାଢ଼ୀ ବିଚାରକ ଭାବରେ ଦାୟିତ୍ଵ ନିର୍ବାହ କରିଥିଲେ । ଏଥିରେ ବରଗଡ଼ ଜିଲ୍ଲା ଅନ୍ତର୍ଗତ ଅମ୍ବାଭୋନା, ଅତାବିରା, ବରଗଡ଼, ପାଇକମାଲ, ରାଜବୋରାସମ୍ବର ଆଦି ବ୍ଲକରୁ ମନୋନୀତ ବିଭିନ୍ନ ବିଦ୍ୟାଳୟର ଶିଶୁ କଳାକାର ଅଂଶ ଗ୍ରହଣ କରିଥିଲେ । ଶିକ୍ଷୟିତ୍ରୀ ସଂଜୁରାଣୀ ଦେବତାଙ୍କ ମାର୍ଗଦର୍ଶନରେ ବରଗଡ ବ୍ଲକର ନିଶାମଣି ହାଇସ୍କୁଲ, ଶିକ୍ଷୟିତ୍ରୀ ନମୀତା ବିଶିଙ୍କ ମାର୍ଗଦର୍ଶନରେ ଅତାବିରା ବ୍ଲକର ଲରମ୍ଭା ହାଇସ୍କୁଲ ଏବଂ ଶିକ୍ଷକ ସଞ୍ଜୟ ଖମାରୀ ଓ ଶିକ୍ଷୟିତ୍ରୀ ସୌଦାମିନୀ ବାରିକଙ୍କ ମାର୍ଗଦର୍ଶନରେ ଅମ୍ବାଭୋନା ବ୍ଲକର ଜନତା ହାଇସ୍କୁଲର ଶିଶୁ କଳାକାର ଶ୍ରେଷ୍ଠ ପ୍ରଦର୍ଶନ କରି ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଉଦଯାପନୀ ଉତ୍ସବରେ ମଞ୍ଚାସୀନ ଅତିଥିବୃନ୍ଦ କୃତୀ ପ୍ରତିଯୋଗିମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ । ଶିକ୍ଷକ ପ୍ରିୟବ୍ରତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.