ଡେଲାଙ୍ଗ ବ୍ଲକରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସୋମବାର ଦିନ ଅପରାହ୍ନରେ ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସରରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ଉନ୍ନୟନ ଅଧିକାରୀ କ୍ଷିତୀଶ ବେହେରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ସହାୟକ ଇଞ୍ଜିନିଅର ସୁବ୍ରତ କୁମାର ବାରିକ, ଜିପିଓ ରତିକାନ୍ତ ସାହୁ, କୋଷାଧ୍ୟକ୍ଷ ଅକ୍ଷୟ କୁମାର ସିଂହ, ସିପି ସତ୍ୟପ୍ରିୟ ବେହେରା, ଜେଇ ସ୍ଵାଗତିକା ପ୍ରଧାନ, ଜେଇ ଚିତ୍ରୋପଳା ନାୟକ, ଜେଇ ଅମୀୟ ପଣ୍ଡା, ସୁଶାନ୍ତ ମହାନ୍ତି, ଏପିଓଏଲ୍‌ ସୀମାଦେବୀ ସହିତ ସମସ୍ତ ବ୍ଲକ ଷ୍ଟାଫ ଯୋଗ ଦେଇଥିଲେ । ପ୍ରଥମେ ଉପସ୍ଥିତ ସମସ୍ତଙ୍କୁ ସ୍ୱଚ୍ଛତାର ସେବା ଶପଥ ପାଠ କରାଯାଇଥିଲା । ଏହି ଅବସରରେ ବ୍ଲକ କାର୍ଯ୍ୟାଳୟ ପରିସରକୁ ସଫେଇ କରାଯାଇଥିଲା । ସମସ୍ତ ବ୍ଲକ କର୍ମଚାରି ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.