ମାହେଶ୍ୱରୀ ସଂଗଠନ ତରଫରୁ ଉପମୁଖ୍ୟନ୍ତ୍ରୀ ଓ ସାଂସଦଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାହେଶ୍ୱରୀ ସ୍ୱେଚ୍ଛାସେବୀ ସଂଗଠନ ତରଫରୁ କାର୍ଯ୍ୟାଳୟ ପରିସରରେ ଏକ ବିରାଟ ସ୍ୱାଗତ ସମାରୋହ ଆୟୋଜିତ କରାଯାଇଛି । ଯେଉଁଥିରେ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି କୃଷକ ସଶକ୍ତିକରଣ, ଶକ୍ତି ଓଡିଶା ସରକାର ଏବଂ ବଲାଙ୍ଗିର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂହଦେଓ ଉଭୟଙ୍କୁ ମିଳିତ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ସର୍ବ ପ୍ରଥମେ ଉଭୟ ବୃକ୍ଷରୋପଣ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ଏବଂ ପରେ ପରେ ପାଟଣାଗଡର ଅଧିଷ୍ଠାତ୍ରୀ ଦେବୀ ମା’ ଦଶମତିଙ୍କ ଏକ ସୁନ୍ଦର ଫଟୋ ଦେଇ ସମ୍ବର୍ଦ୍ଧିତ କରାଗଲା । ସମଗ୍ର ପଶ୍ଚିମ ଓଡିାର ବିକାଶ ହେଲେ ଯାଇ ବଲାଙ୍ଗିର ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ସମ୍ଭବ ବୋଲି ସାଂସଦ ମତ ରଖିଥିଲେ । ବିଶେଷ କରି ବଲାଙ୍ଗିର ଜିଲ୍ଲା ପାଇଁ ଆଗାମୀ ଦିନରେ ଓଡିଶା ସରକାରଙ୍କ ରହିଥିବା କେତେ ଗୁଡିଏ ବିକାଶମୂଳକ ଯୋଜନା ବିଷୟରେ ଉପମୁଖ୍ୟମନ୍ତ୍ରୀ ଜଣାଇଥିଲେ । ଏକ ଦ୍ୱିପାକ୍ଷିକ ଖୋଳା ଆଲୋଚନାରେ ଭାଗ ନେଇ ଉଭୟ ଲୋକଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ । ସଂଗଠନର ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ସଭାର ପରିଚାଳନା ସଂଗଠନର ଉପଦେଷ୍ଟା ଡ. ଲଳିତ ସାହୁ କରିଥିଲେ । ସଭାରେ ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାର ବିଭିନ୍ନ ବ୍ଲକ ତରଭା, ଆଗଲପୁର, ଲୋଇସିଂହା, ପୁଇଁନ୍ତଲା, ଟିଟିଲାଗଡ, ପାଟଣାଗଡ, ଖପ୍ରାଖୋଲ, ବଲାଙ୍ଗିର ସଦର ଆଦିରୁ ଆସିଥିବା ସଦସ୍ୟମାନେ ସମ୍ବର୍ଦ୍ଧନା ଜଣାଇଥିଲେ । ଶେଷରେ ସଭାପତି ଶୋଭନ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ । ସଂଗଠନର ଉପଦେଷ୍ଟା ଦିନେଶ ଶର୍ମା ଏବଂ ବ୍ୟାସଦେବ ନନ୍ଦ ଉପସ୍ଥିତ ଥିଲେ ।

Leave A Reply

Your email address will not be published.