ଅକ୍ଟୋବର ୩ ତାରିଖରୁ ଆରମ୍ଭ ହେବ ବନଦୁର୍ଗା ଶାରଦୀୟ ନବରାତ୍ରୀ ଦୁର୍ଗାପୂଜା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବଡ଼ ବନ୍ଦ ସ୍ଥିତ ନବଦୁର୍ଗା ମନ୍ଦିରରେ ଅକ୍ଟୋବର ୩ ତାରିଖରୁ ଆରମ୍ଭ ସାର୍ବଜନୀନ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆରମ୍ଭ ହେବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାର କାର୍ଯ୍ୟସୂଚୀ ନିର୍ଦ୍ଧାରଣ ସ୍ଥିର ଅନୁସାରେ ଆଶ୍ଵିନ ଶୁକ୍ଳପକ୍ଷ ପ୍ରତିପଦା ୩/୧୦/୨୦୨୪ ଗୁରୁବାର ଦିନ ସକାଳ ୭.୩୦ ମି ମଧ୍ୟରେ କଳାସାଧିବାସ, ଅଙ୍କୁରାରୋପଣ, ଅଖଣ୍ଡ ଦୀପ ପ୍ରଜ୍ୱଳନ,ଦେବୀ ଆବାହନ, ଅନ୍ନଭୋଗ ଅର୍ପଣ କରାଯିବା ବେଳେ ସନ୍ଧ୍ୟା ୭.୩୦ ମି ସମୟରେ ମିଷ୍ଟାନ୍ନ ଭୋଗ ସହ ମଙ୍ଗଳ ଆଳତି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ସେହିପରି ଆଶ୍ଵିନ କୃଷ୍ଣପକ୍ଷ ଦ୍ଵିତୀୟା ୪ ତାରିଖ ଶୁକ୍ରବାର ଦିନ ସକାଳ ୭ ଘଣ୍ଟା ସମୟରେ ବାଳଭୋଗ, ଆଳତୀ, ଦେବୀଙ୍କର ମହାସ୍ନାନ ପୂଜା, ଚଣ୍ଡିଭୋଗ, ଆଳତୀ ହେବା ସହ ସନ୍ଧ୍ୟାରେ ୭.୩୦ ସମୟରେ ମିଷ୍ଟାନ୍ନ ଭୋଗ ଓ ମଙ୍ଗଳ ଆଳତୀ ଅନୁଷ୍ଠିତ ହେବ । ୬ ଦିନ ବ୍ୟବଧାନ ପରେ ୧୦ ତାରିଖ ଗୁରୁବାର ଦିନ ସକାଳ ୭.୩୦ ମିନିଟ ସମୟରେ ବାଳଭୋଗ ଆଳତି ଦେବୀଙ୍କର ମହାଷ୍ଟମୀ ବିହିତ ପୂଜା, ଚଣ୍ଡିହୋମ, ମିଷ୍ଟାନ୍ନ ଭୋଗ ଓ ଫଳମୁଳ ଭୋଗ ପରେ ଆଳତୀ ଅନୁଷ୍ଠିତ ହେବ । ସନ୍ଧ୍ୟା ୭.୩୦ ଘଣ୍ଟା ସମୟରେ ୧୦୮ ଦୀପ ପ୍ରଜ୍ୱଳନ , ମିଷ୍ଟାନ୍ନ ଭୋଗ ଓ ମଙ୍ଗଳ ଆଳତୀ ଅନୁଷ୍ଠିତ ହେବ । ତା ୧୨/୧୦/୨୪ ଶନିବାର ଆଶ୍ଵିନ ଶୁକ୍ଳପକ୍ଷ ନବମୀ ତିଥି ସକାଳ ୭. ୩୦ ଘଣ୍ଟା ସମୟରେ ବାଳଭୋଗ ଆଳତୀ, କୁମାରୀ ପୂଜା, ଶାନ୍ତି ହୋମ, ଅନ୍ନଭୋଗ ଅର୍ପଣ ସହ ଆଳତୀ ଅନୁଷ୍ଠିତ ହେବ । ସନ୍ଧ୍ୟା ୭.୩୦ ଘଣ୍ଟା ସମୟରେ ମିଷ୍ଟାନ୍ନ ଭୋଗ ଓ ମଙ୍ଗଳ ଆଳତି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ତା ୧୩/୧୦/୨୪ ଦଶମୀ ତିଥି ରବିବାର ୭.୩୦ ମଧ୍ୟରେ ପୂଜାର୍ଚ୍ଚନା ସହ ଦିବା ୧୦.୧୫ ଘଣ୍ଟା ସମୟରେ ସ୍ଥିର ଭଗ୍ନ ଅନୁଯାୟୀ ପୂର୍ଣ୍ଣାହୁତି ଓ ଘଟ ବିସର୍ଜନ କରାଯିବ ବୋଲି ପରିଚାଳନା କମିଟି ସଭାପତି ଡଃ. ପ୍ରଭାତ ନାରାୟଣ ତ୍ରିପାଠୀ ଓ ସଂପାଦକ ଗୋପାଳ ଚନ୍ଦ୍ର ଭୋଇ ସୂଚନା ଦେଇଛନ୍ତି । ମାଁ ବନଦୁର୍ଗାଙ୍କ ଶାରଦୀୟ ନବରାତ୍ରୀ ଅନୁଷ୍ଠିତ ଦୁର୍ଗାପୂଜାରେ ମାଁ ସାନିଧ୍ୟ ଲାଭ କରିବା ସହ ମାଁଙ୍କୁ ଦର୍ଶନ ମଙ୍ଗଳ ଆଳତୀରେ ଯୋଗଦେବାକୁ ଶ୍ରଦ୍ଧାଳୁମାନଙ୍କୁ ପରିଚାଳନା କମିଟି ପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.