ମୁରିବାହାଲ ବ୍ଲକର ଅବସରପ୍ରାପ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀ ବ୍ରଜକିଶୋର ଵାଗଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟାଳୟର ଅବସରପ୍ରାପ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀ ବ୍ରଜକିଶୋର ବାଗ(୭୦)ଙ୍କ ଶନିବାର ଅପରାହ୍ନରେ ତାଙ୍କ ମୁରିବାହାଲ ସଦର ମହକୁମା(ବସ୍ତି)ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସେ ବ୍ଲକ କାର୍ଯ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ରୂପେ କାର୍ଯ୍ୟ କରୁଥିବା ବେଳେ ୨୦୧୭ମସିହାରେ ଅବସର ଗ୍ରହଣ କରିଥିଲେ । ଅବସର ଗ୍ରହଣ ପରେ ମଧ୍ୟ ସେ ଜୀବନର ଶେଷ ପର୍ଯ୍ୟନ୍ତ ବ୍ଲକ କାର୍ଯ୍ୟାଳୟକୁ ଯାଇ ଅସ୍ଥାୟୀ ଭାବେ ନିଜ ଦାୟିତ୍ଵ ସୁଚାରୁ ରୁପେ ନିର୍ବାହ କରି ସମସ୍ତ ବ୍ଲକ କର୍ମଚାରୀ ଓ ଲୋକ ପ୍ରତିନିଧିଙ୍କ ଅତି ପ୍ରିୟ ପାତ୍ର ହୋଇପାରିଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ବଡ ପୁଅ ତ୍ରିଲୋଚନ, ସାନ ପୁଅ ଦିଲ୍ଲୀପ, ଏକ ମାତ୍ର ଝିଅ, ଦୁଇ ବୋହୂ, ଜ୍ୱାଇଁ, ନାତିନାତୁଣୀ ପରିବାର ଆତ୍ମୀୟସ୍ଵଜନ ଓ ସମସ୍ତ ବନ୍ଧୁ ପରିଜନ ଉପସ୍ଥିତ ଥିଲେ । ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସାନ ପୁଅ ଦିଲ୍ଲୀପ ବାଗ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.