ବାଲି ରୟାଲଟି ସମସ୍ୟାକୁ ନେଇ ସେମିଲିଗୁଡା – ସୁନାବେଡ଼ା ଟିପ୍ପର ମାଲିକ ସଂଘର ଅନିର୍ଦ୍ଧିଷ୍ଟ କାଳ ବନ୍ଦ ଡାକରା

କୋରାପୁଟ, (ସୁନାମ ହନ୍ତାଳ) : କୋରାପୁଟ ଜିଲ୍ଲା ସୁନାବେଡ଼ ସେମିଲିଗୁଡାରେ ବାଲି ରୟାଲଟି ମିଳୁନଥିବାରୁ ଟିପର ମାଲିକ୍ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ବିଭିନ୍ନ ସମୟରେ ଅତ୍ୟଧିକ ଫାଇନ୍‌ ଦେଇ କ୍ଷତିଗ୍ରସ୍ତ ହେଉଛନ୍ତି । ରୟାଲଟି ଅଭାବ ସମସ୍ୟା ଦୁର କରିବା ପାଇଁ ଦାବି କରି ଆଜି ଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଟିପର ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି ବୋଲି ସଂଘ ସଭାପତି ଶଶଧର ରାଉତ ପ୍ରକାଶ କରିଛନ୍ତି । କୋରାପୁଟ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ନିର୍ମାଣ କାର୍ଯ୍ୟ ପାଇଁ ନବରଙ୍ଗପୁର ଜିଲ୍ଲା ବାଲି ଉପରେ ନିର୍ଭର କରୁଥିବା ବେଳେ ସେଠାରେ ରୟାଲଟି ଅଭାବରୁ ଗାଡ଼ି ମାଲିକମାନେ ବିନ ରୟାଲଟିରେ ଚଲାଇ ଫାଇନ୍‌ ଦେଇ କ୍ଷତିଗ୍ରସ୍ତ ହେଉଛନ୍ତି । ସେଥିପାଇଁ ଜିଲ୍ଲା ପ୍ରଶାସନ ଏହାର ସମାଧାନର ରାସ୍ତା ବାହାର କରି ତୁରନ୍ତ ରୟାଲଟିର ବ୍ୟବସ୍ଥା କରିବାକୁ ସଂଘ ଦାବି କରିଛି । ଏହି ସଂଘର ନିଷ୍ପତ୍ତିକ୍ରମେ ଜିଲ୍ଲାର କୋଡପାଡ, ଜୟପୁର, କୋରାପୁଟ, ସୁନାବେଡ଼ା, ପଟାଙ୍ଗି, କୁନ୍ଦିଲି, ସେମିଲିଗୁଡା, ଦାମନଯୋଡି, କାକିରିଗୁମା, ଆଦି ବିଭିନ୍ନ ସ୍ଥାନରେ ଗାଡ଼ି ମାଲିକ ମାନେ ସ୍ଵତପ୍ରବୃତ ଭାବେ ଗାଡି ଗୁଡିକୁ ଠିଆ କରି ଚଳାଚଳ ବନ୍ଦ କରିଛନ୍ତି । ଫଳରେ ଏଥିରେ ଶତାଧିକ ଗାଡ଼ି ମାଲିକ ଲକ୍ଷ ଲକ୍ଷ ଟଙ୍କାର କ୍ଷତିଗ୍ରସ୍ଥ ହେଉଛନ୍ତି । ଅନ୍ୟପକ୍ଷରେ ଜିଲ୍ଲାର ସମସ୍ତ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ସଂଘ ପକ୍ଷରୁ ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ, ଜିଲ୍ଲା କ୍ଷୁଦ୍ର ଖଣିଜ ସଂପଦ ବିଭାଗଙ୍କୁ ଲିଖିତ ଭାବେ ଅବଗତ କରାଯାଇଛି ଏବଂ ଏହାର ସମାଧାନ ନହେଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗାଡି ଚଳାଚଳ ବନ୍ଦ ରହିବ ବୋଲି ସଂଘ ଚେତାବନୀ ଦେଇଛି ।

Leave A Reply

Your email address will not be published.