ସାରସମାଲରେ ସ୍ୱଚ୍ଛତା ହିଁ ସେବା ପୁରସ୍କାର ବିତରଣ

ଦେଓଗାଁ, (ମନୀଷ କୁମାର ସାହୁ) : ସାରସମାଲ ପଞ୍ଚାୟତରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅବସରରେ ଶୁକ୍ରବାର ସାରସମାଲ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାରସମାଲ ସରପଞ୍ଚ ଗୋପାଳ ଚନ୍ଦ୍ର ବାଗଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ହୋଲିଶ୍ୱର ଧରୁଆ ସଭା ପରିଚାଳନା କରିଥିଲେ । ଇଓ ବୀଣା ପଧାନ, ଶିକ୍ଷକ ଜ୍ୟୋତିଲାଲ ସାହୁ, ପ୍ରଶାନ୍ତ ଗଡ଼ତ୍ୟା, ଜୋତ୍ସା ଷାଣ୍ଢ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ପରିଶେଷରେ ଶିକ୍ଷକ ଅରବିନ୍ଦ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.