ଚର୍ଚ୍ଚାରେ ବଲାଙ୍ଗିର ଜିଲ୍ଲାର ଡ୍ରାଗନ ଫ୍ରୁଟ୍ ଚାଷୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚର୍ଚ୍ଚାରେ ବଲାଙ୍ଗିର ଜିଲ୍ଲାର ଡ୍ରାଗନ ଫ୍ରୁଟ୍ ଚାଷୀ । ବଲାଙ୍ଗିର ଜିଲ୍ଲାର ଜଣେ ଚାଷୀ ଡ୍ରାଗନ ଫ୍ରୁଟ୍ ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରି ପାରୁଛନ୍ତି । ଚାଷୀ ଜଣକ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ଶିବତଲା ନାଇକେନ୍ ପାଲି ଗ୍ରାମର ଲକ୍ଷ୍ମଣ ଦଣ୍ଡସେନା । ଲକ୍ଷ୍ମଣ ପ୍ରଥମେ ୫୦ଟି ଡ୍ରାଗନ ଫ୍ରୁଟ୍ ଗଛ ନିଜ ଚାଷ ଜମିରେ ଲଗାଇଥିଲେ । ଏବେ ପାଖାପାଖି ୭୦୦ରୁ ୮୦୦ ଗଛ ଲଗାଇଛନ୍ତି । ଯେତେ ଖର୍ଚ୍ଚ କରିଥିଲେ ପ୍ରଥମ ବର୍ଷ ହିଁ ପାଇଥିବା ବେଳେ ଏହି ଗଛ ଥରେ ଲଗାଇଲେ ୨୫ ବର୍ଷ ପର୍ଯ୍ୟନ୍ତ ଫଳ ଦେବ ବୋଲି ଲକ୍ଷ୍ମଣ କହନ୍ତି । ଲକ୍ଷ୍ମଣଙ୍କ ପାଇଁ ଆଜି ସାରା ବଲାଙ୍ଗିର ମାଟି ଗର୍ବିତ ଥିବା ବେଳେ ସେ ୨୫ ଡିସିମିଲ ଜାଗାରେ ଏହି ଡ୍ରାଗନ ଫ୍ରୁଟ୍ ଚାଷ କରିଛନ୍ତି । ଖାଲି ବଲାଙ୍ଗିର ଜିଲ୍ଲା ନୁହେଁ ସାରା ଓଡ଼ିଶାରେ ତାଙ୍କର ଏହି ଡ୍ରାଗନ ଫ୍ରୁଟ୍ ସପ୍ଲାଇ କରୁଛନ୍ତି ।

Leave A Reply

Your email address will not be published.