ଋଷିକୂଲ୍ୟା ନଦୀରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ପୋତାଗଡ଼ ସ୍ଥିତ ଋଷିକୂଲ୍ୟା ନଦୀ କରରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ଖବର ପାଇ ଗଞ୍ଜାମ ଥାନା ଏସ୍‌ଆଇ ଅନିରୁଦ୍ଧ ସ୍ୱାଇଁ ଘଟଣାସ୍ଥଳରେ ପହଂଚି ମୃତଦେହକୁ ନଦୀ ଜଳରୁ ଉଦ୍ଧାର କରି ତଦନ୍ତ ଚଳାଇଛନ୍ତି । ଖବର ଶେଷ ସୁଦ୍ଧା ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନି । ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଥିବା ଗଞ୍ଜାମ ଥାନା ପୋଲିସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.