ଟିଟିଲାଗଡ଼ ଧବଳେଶ୍ଵର ସ୍କୁଲରେ ଲାୟନ୍ସ କ୍ଲବ ଓ ଏସ୍‌ସିଡି ଚକ୍ଷୁ ଚିକିତ୍ସାଳୟ ଦ୍ୱାରା ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଲାୟନ୍ସ କ୍ୱବ ତରଫରୁ ଏସ୍‌ସିଡ଼ି ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଧବଳେଶ୍ଵର ସ୍କୁଲ ଠାରେ ଏକ ଦିବସୀୟ ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍କୁଲ ଅଧ୍ୟକ୍ଷା ଶ୍ରୀମତୀ ମିଲନୀ ବେହେରା, ଲାୟନ୍ସ କ୍ଲବ ସଭାପତି ଗଙ୍ଗାଧର ଶର୍ମା, ଏସ୍‌ସିଡ଼ି ଚକ୍ଷୁ ଚିକିତ୍ସାଳୟର ପ୍ରୋଜେକ୍ଟ ଚେୟାରମେନ ମୋହିତ ମୋହନ ଦାସ ପ୍ରମୁଖ ଉପସ୍ଥିତ ରହି ଏହି ଶିବିରକୁ ଉଦ୍‌ଘାଟନ କରିଥିଲେ । ତା’ ପରେ ଚକ୍ଷୁ ପରୀକ୍ଷଣ ଆରମ୍ଭ ହୋଇଥିଲା । ଏଥିରେ ଧବଳେଶ୍ୱର ସ୍କୁଲର ୫୦୯ ଜଣ ଛାତ୍ରଛାତ୍ରୀ ମାନଙ୍କ ଚକ୍ଷୁ ପରୀକ୍ଷଣ କରାଯାଇଥିଲା । ସେ ଭିତରୁ ୪୨’ ଜଣଙ୍କ ଭିଜନ ଅସୁବିଧା ଓ ୨ ଜଣଙ୍କୁ ଏସ୍‌ସିଡ଼ି ଚକ୍ଷୁ ଚିକିତ୍ସାଳୟକୁ ଯିବାକୁ ପରାମର୍ଶ ଦେଇଥିବା ସୂଚନା ମିଳିଛି । ଲାୟନ୍ସ କ୍ଲବ ତରଫରୁ ବରିଷ୍ଠ ସଦସ୍ୟ ଲାୟନ ରାମ ଗୋପାଳ ଚୌଧୁରୀ, କ୍ଷୀର ସିନ୍ଧୁ ଦର୍ଜୀ, ଗୀତାଞ୍ଜଳି ମହାରଣା, ଜୁଲି ସାହୁ, ଲିଙ୍ଗରାଜ ସାହୁ, ସନ୍ତୋଷ ମହାନ୍ତି, ଦୀପକ ପୃଷ୍ଟି, ସମ୍ପାଦକ ଆବାସ ଖାଁ, ଲାୟନ ସଞ୍ଜୟ କୁମାର ନାୟକ, ସୁଜିତ ଚୌଧୁରୀ, ଅଙ୍କିତ ଲାଠ, ଆନନ୍ଦ ଜୈନ, ସଞ୍ଜୟ ସୋନି, ଖିରସିନ୍ଧୁ ଦର୍ଜି, ଗୀତାଞ୍ଜଳି ମହାରଣା, ଜୁଲି ସାହୁଙ୍କ ସହ ଏସ୍‌ସିଡ଼ି ଚକ୍ଷୁ ଚିକିତ୍ସାଳୟର କର୍ମକର୍ତ୍ତା ପରିଚାଳନା ଓ ପରୀକ୍ଷଣ କରିବାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.