ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଦିନ ଆୟୋଜକ କମିଟିର ଅଧ୍ୟକ୍ଷ ଗୋପାଲଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ହୋଟେଲରେ ବଲାଙ୍ଗିର ଦିନ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ନଭେମ୍ବର ୧ ବଲାଙ୍ଗିର ଦିନ ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ପାଳନ ପାଇଁ ସଂଯୋଜକମାନେ ଅଣ୍ଟା ଭିଡିଛନ୍ତି । ୧୯୪୯ ମସିହା ନଭେମ୍ବର ୧ ବଳରାମଗଡରୁ ସରକାର ବଲାଙ୍ଗିର ଜିଲ୍ଲା ଭାବରେ ନାମିତ କରିଥିଲେ । ଏହି ଦିନକୁ ବଲାଙ୍ଗିର ଦିନ ଭାବରେ ବଲାଙ୍ଗିର ଦିନ ଆୟୋଜନ କମିଟି ତରଫରୁ ଆୟୋଜନ କରାଯାଉଛି । ବଲାଙ୍ଗିର ଜିଲ୍ଲାର କଳା ସଂସ୍କୃତି, ଐତିହ୍ୟ, ପରଂପରା, ଭାଇଚାରା କେମିତି ବଂଚି ରହିବ ସେମିତି ସବୁ ବର୍ଗର ଲୋକଙ୍କୁ ଜଡିବା ସହିତ ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ କରି ସମସ୍ତଙ୍କୁ ଏଥିରେ ସାମିଲ କରାଯାଉଛି । ସେହିପରି ଏହି ବର୍ଷ ମଧ୍ୟ ଆସନ୍ତା ୩୦ ସେପ୍ଟେମ୍ବର ସୋମବାର ଦିନ ସମସ୍ତ ସାମାଜିକ, ସାଂସ୍କୃତିକ, ସାମ୍ବାଦିକ, ରାଜନୈତିକ, କ୍ରୀଡା, ଶିକ୍ଷାନୁଷ୍ଠାନ ଓ ଜନସାଧାରଣ ୧ ନଭେମ୍ବର ୨୦୨୪ ବଲାଙ୍ଗିର ଦିନ ପାଳନକୁ ସଫଳ କରିବା ପାଇଁ ସନ୍ଧ୍ୟା ୫ଟାରେ ପି.ପି. ଏକାଡେମୀ ଠାରେ ସମସ୍ତେ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ଦେବାକୁ କମିଟି ପକ୍ଷରୁ ନିବେଦନ କରାଯାଇଛି । ଆଜିର ଏହି ବୈଠକରେ କମିଟିର ସଂଯୋଜକ ଲୋଟସ ଷଡଙ୍ଗୀ, ଦିନେଶ ଶର୍ମା, ବିଦୁଭୂଷଣ ତ୍ରିପାଠି, ପ୍ରତାପ ରଥ, ସଂଗିତା ଦାଶ ଓ ବିନୋଦ କାଲସାଏ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.