csstore

ବେହେରାପାଲିର କମ୍ୟୁନିଟି ହଲ ଠାରେ ଅଣ ସଂକ୍ରାମକ ରୋଗ ଚିହ୍ନଟ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତା. ୨୬.୦୯.୨୦୨୪ ରିଖରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କନ୍ଧପାଲି ପଡ଼ା, ବଲାଙ୍ଗିର ଯାହା (ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ) ତରଫରୁ ଏକ ଅଣ ସଂକ୍ରାମକ ରୋଗ ଚିହ୍ନଟ ସ୍ୱାସ୍ଥ୍ୟ ଶିବିର ବେହେରା ପାଲିର କମ୍ୟୁନିଟି ହଲ ଠାରେ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଆଶା, ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ମହିଳା ଆରୋଗ୍ୟ ସମିତିର ସମସ୍ତ ସଦସ୍ୟ ମାନେ ମିଶି ସମସ୍ତ କର୍ମଚାରୀଙ୍କୁ ସ୍ଵାଗତ କରିଥିଲେ ଓ ସହଯୋଗ କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିରର ମୂଳ ଉଦ୍ଦେଶ୍ୟ ଅଣସଂକ୍ରମକ ରୋଗର ଚିହ୍ନଟ ସହ, ମାଗଣା ରକ୍ତ ପରୀକ୍ଷା, ମାଗଣା ଔଷଧ, ଜୀବନ ଶୈଳୀ ଓ ଖାଦ୍ୟପେୟ ଉପରେ ପରାମର୍ଶ ଏବଂ ମାଗଣା ଡାକ୍ତର ସେବା । ଏହି ସ୍ୱାସ୍ଥ୍ୟ ଶିବିରରେ ୧୫୦ରୁ ଅଧିକ ସଂଖ୍ୟକ ରୋଗୀ ଚିକିତ୍ସା ଲାଭ କରିଥିଲେ । ଉକ୍ତ ସ୍ୱାସ୍ଥ୍ୟ ଶିବିରର ନିରୀକ୍ଷଣ DPHO ଡାକ୍ତର ଦିବ୍ୟ କିଶୋର ପତି କରିଥିଲେ । APM ରାମାନୁଜ ପଣ୍ଡା, UDM ଅନିଲ ମହାକୁର ଯୋଗଦାନ ଦେଇ ସମସ୍ତଙ୍କୁ ଉତ୍ସାହିତ କରିବା ସହ ଏହି ଶିବିରର ତଦାରଖ କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ଡାକ୍ତର ନନ୍ଦ କିଶୋର ପାଢୀ ଓ ଭୀମ ଭୋଇ ମେଡିକାଲ କଲେଜର ଡାକ୍ତରମାନଙ୍କ ସମେତ ଷ୍ଟାଫ ନର୍ସ ସନ୍ତୋଷିନି କରନ, ରାଧାକାନ୍ତ ନାଏକ, ଫାର୍ମାସିଷ୍ଟ ଶାନ୍ତନୁ କୁମାର ସାହୁ, ଲେବ ଟେକନିଶିଆନ ପ୍ରମୋଦ ଥନପତି, ଡାଟା ଆସିଷ୍ଟାଣ୍ଟ ସୁମନ ଭାଟି, ସଗୀର ମହମ୍ମଦ, ମାନସ ହୋତା, ଫିଜିଓ ଥେରପିଷ୍ଟ ସତ୍ୟବ୍ରତ ସାହୁ ଓ ନ୍ୟୁଟ୍ରି ସନିଷ୍ଟ ମଧୁମିତା ଲେଙ୍କା, ଶ୍ୱର୍ଜିତ ଶତପଥୀ, ସୁଜ୍ଞାନ ବନ୍ତ ମିଶ୍ର ସହଯୋଗ କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ଦାନ୍ତ ଓ ମୁଖ ବିଶେଷଜ୍ଞ ଡାକ୍ତର ଶ୍ରେୟାସ ପାଣିଗ୍ରାହୀ ଦାନ୍ତ ଓ ମୁଖର ସ୍ୱାସ୍ଥ୍ୟ ସେବା ଦେବା ସହ ଉପଯୁକ୍ତ ପରମର୍ଷ ଦେଇଥିଲେ । ଉକ୍ତ ସ୍ୱାସ୍ଥ୍ୟ ଶିବିରର ଆୟୋଜନ ଓ ପରିଚାଳନାକୁ ଜାଗ୍ରତ ପାଣିଗ୍ରାହୀ ସୁନ୍ଦର ଭାବେ ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.