ଡଭା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଇଂରାଜୀ ସ୍କୁଲ ରୋଭର ସ୍କାଉଟ୍‌ରେ ସଫଳତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଡଭା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ତଥା ରୋଭର ସ୍କାଉଟ୍‌ ଲିଡର ସରୋଜ କୁମାର ସାହୁ ଏବଂ ରୋଭର ସ୍କାଉଟ୍‌ ଲିଡର ମଳୟ ପ୍ରଧାନଙ୍କ ନେତୃତ୍ୱରେ ୮ ଜଣ ରେଞ୍ଜର ଓ ୨ ଜଣ ରୋଭର ସେପ୍ଟେମ୍ବର ୧୭ରୁ ୨୩ ତାରିଖ ପର୍ଯ୍ୟନ୍ତ ମଥୁରା (ଉତ୍ତର ପ୍ରଦେଶ)ରେ ଉତ୍ତର ମଧ୍ୟ ରେଳବାଇ ଦ୍ୱାରା ଆୟୋଜିତ ୭ ଦିନିଆ ସର୍ବଭାରତୀୟ ହସ୍ତଶିଳ୍ପ ଓ ଧନ୍ଦାମୂଳକ ପ୍ରଶିକ୍ଷଣ ଶିବିରରେ ଭାଗ ନେଇ ସଫଳତାର ସହିତ ପ୍ରତ୍ୟାବର୍ତ୍ତନ କରିଛନ୍ତି । ତତ୍‌ସହିତ ଉଚ୍ଚକୋଟିର ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ଶ୍ରେଷ୍ଠ ସାଂସ୍କୃତିକ ଦଳ ରୂପେ ସମଗ୍ର ଓଡିଶାର ମାନ ବୃଦ୍ଧି କରିଛନ୍ତି । ପ୍ରକାଶ ଥାଉକି, ରାଜ୍ୟ ସ୍କାଉଟ୍‌ ମୁଖ୍ୟାଳୟ ତରଫରୁ ସମଗ୍ର ଓଡିଶାରୁ ଏହି ଅନୁଷ୍ଠାନକୁ ମନୋନୀତ କରାଯାଇଥିଲା । ଏହି ଦଳରେ ମୟୁରଭଞ୍ଜ ଓ ଗଞ୍ଜାମର ଦୁଇ ଗାଇଡ଼ କ୍ୟାପଟେନ୍‌ ପଦ୍ମିନୀ ପରିଡା ଓ ମାଳତୀ ନାୟକ ମଧ୍ୟ ସାମିଲ ଥିଲେ । ଆତ୍ମକର୍ମନିଯୁକ୍ତି ଦିଗରେ ଏହି ପ୍ରଶିକ୍ଷଣ ଶିବିରର୍ଥୀ ମାନଙ୍କ ପାଇଁ ଖୁବ ସହାୟକ ହେବ ବୋଲି ଦଳର ମୁଖ୍ୟ ସରୋଜ କୁମାର ସାହୁଙ୍କଠାରୁ ପ୍ରକାଶ ।

Leave A Reply

Your email address will not be published.