csstore

ଶାରଳା ଶକ୍ତିପୀଠରେ ଖଣ୍ଡାବସା ପର୍ବ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଢୋଲମହୁଲ ସ୍ଥିତ ମା’ ଶାରଳା ଶକ୍ତିପୀଠରେ ୧୬ ପୂଜା ଆରମ୍ଭ ହେବା ସହିତ ଖଣ୍ଡାବସା ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସହସ୍ର କୁମ୍ଭାଭିସେକ ସମେତ କଳସ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଖଣ୍ଡାବସା ପର୍ବରେ ଦେହୁରୀ ମୁକେଶ ପଧାନ ମା’ଙ୍କ ଖଣ୍ଡା ଧରିଥିଲେ । ଚଳିତ ବର୍ଷ ୧୭ ପୂଜା ପଡୁଥିବାରୁ ସ୍ଵତନ୍ତ୍ର ନୀତିନିୟମ ପୂର୍ବକ ପୂଜା ଆରମ୍ଭ ହୋଇଛି । ପୀଠର ମୁଖ୍ୟ ପୃଷ୍ଠପୋଷକ ତଥା ଅଧ୍ୟକ୍ଷ ମୁରଲୀ ଭୋଇ, ମୁଖ୍ୟ ପୂଜକ ଘାସିରାମ ପୁଟା, ମୁଖ୍ୟ ଦେହୁରୀ ମୁକେଶ ଭୋଇଙ୍କ ମିଳିତ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶୁକୃ ଢୁସା, ସକୁର ପଧାନ, ଜିବର୍ଧନ ଧରୁଆ, ଜିତ ପଧାନ, ଅନନ୍ତ ସେଠ, ସାୱନ୍ ସାହୁ, ଆୟୁଷ୍ମାନ କୁଅଁର, ସୁରଜ, ହେମନ୍ତ ବିନ୍ଧାଣି, ଜୟନ୍ତ ଚିରଗୁନ, ଜିତୁ ମଟାରି, ଜିତେନ୍ ଦଳପତି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.