ଡୁଙ୍ଗୁରିପାଲି ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଆଲୋଚନା ଚକ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଡୁଙ୍ଗୁରିପାଲି ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଅଭିମନ୍ୟୁ ସାହୁଙ୍କ ସଭାପତିତ୍ୱରେ ବ୍ଳକ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର କୃତ୍ରିମ ବୁଦ୍ଧିମତା (ଏଆଇ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ପାଇକମାଲ ବିଇଓ ଚୂଡ଼ାମଣି ବାରିକ ଓ ସମ୍ମାନିତ ଅତିଥି ଭାବରେ ଏବିଇଓ ରାଧେଶ୍ୟାମ ମେହେର, ପ୍ରସନ୍ନ ପଟ୍ଟନାୟକ ଓ ମୁଖ୍ୟ ବକ୍ତା ଭାବେ ପାଇକମାଳ ବିଡ଼ିଓ ପ୍ରଫୁଲ୍ଲ କୁମାର ଓଡୁଙ୍କ ଦିଗଦର୍ଶନରେ ଆଗାମୀ ଦିନରେ କୃତ୍ରିମ ବୁଦ୍ଧିମତାର (ଏଆଇ) ବିଶେଷତା ଉପରେ ଗୁରୁତ୍ୱାରୋପ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ଏଆଇର ବ୍ୟବହାର ଏବଂ ତାର ଉପାଦେୟତା ଉପରେ ବର୍ଣ୍ଣନା କରିଥିଲେ । ଏହା ସଫଳ କରିବା ପାଇଁ ଶଶୀରେଖା ସାହୁ, ଅଲିଭା ରଥ ଓ ଧ୍ରୁବ ଚରଣ ସାହୁ ଯୋଗଦାନ କରି କୃତୀଛାତ୍ରଛାତ୍ରୀଙ୍କୁ ନେଇ ଜିଲ୍ଲା ସ୍ତର ଯିବାପାଇଁ ନିର୍ଣ୍ଣୟ କରିଥିଲେ । କୃତ୍ରିମ ବୁଦ୍ଧିମତା କାର୍ଯ୍ୟକ୍ରମରେ କସ୍ତୁରୀ ଭୋଇ, ନନ୍ଦିନୀ ବାଗ, ମମତା ନାଗ, ପଦ୍ମାବତୀ ରଣା, ମାଧୁରୀ ମୁଣ୍ଡା, ଝସକେତନ ମେହେର, ସୁଦାମ ବାଗ, ଲତାବାଇ ସାହୁ, ଡୋଳାମଣୀ ଦୀପ, ଇନ୍ଦୁମତୀ ବେହେରା, ଜୟପ୍ରକାଶ ରଣା, ରାଜକୁମାର ସାହୁ ଏବଂ ପାଇକମାଲ ବ୍ଳକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ପ୍ରତିଯୋଗୀ ଭାବେ ଆସିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ତେଜସମୟୀ ପ୍ରଧାନ, ଦ୍ୱିତୀୟରେ ଜୟଶ୍ରୀ ନାୟକ, ତୃତୀୟରେ ଲିପି ଦାସ ପ୍ରମୁଖ ନିଜର ପାରଦର୍ଶିତା ଦେଖାଇ କୃତିତ୍ୱ ହାସଲ କରିଥିଲେ । ଶେଷରେ ବିଜୟା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!