oom

ଶିଶୁ ବିକାଶ କେନ୍ଦ୍ରର କର୍ମକର୍ତ୍ତା ନିର୍ବାଚନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଶିଶୁ ବିକାଶ କେନ୍ଦ୍ରର ୨ ବାର୍ଷିକ କର୍ମକର୍ତ୍ତା ନିର୍ବାଚନ ଉପଦେଷ୍ଟା ଜୟରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସର୍ବ ସମ୍ମତିକ୍ରମେ ମଦନ ମୋହନ ରଥ ସଭାପତି, ସୁନାଧର ବନଛୋର ଉପ ସଭାପତି, ମଧୁ ସାହୁ ସଂପାଦକ, ଦୁର୍ଗା ସାହୁ ସହ ସଂପାଦକ, ଚୁଡେନ୍ଦ୍ର କୁମାର ବେହେରା କୋଷାଧ୍ୟକ୍ଷ, ଡଃ. ବନ ବିହାରୀ ସାହୁ ଏବଂ ଧିରେନ୍ଦ୍ର ନାରାୟଣ ସିଂହଦେଓ କ୍ରୀଡା ସଂପାଦକ ଭାବେ ନିର୍ବାଚିତ ହୋଇଥିଲେ । କାର୍ଯ୍ୟକାରୀ କମିଟିକୁ ଡଃ. ଅଶୋକ କୁମାର ସେଠୀ, କସ୍ତୁରୀ ରଥ, ପ୍ରଶାନ୍ତ ଷଡଙ୍ଗୀ, ହୃଷିକେଶ ପୁରୋହିତ, କପିଳ ପତି, ଅରୁଣ ଖୁଆସ, ତପସ୍ୱିନୀ ପଶାୟତ, ଡଃ. ପ୍ରେମଚାନ୍ଦ ମହାନ୍ତି, କେଶବ ଚନ୍ଦ୍ର ମିଶ୍ର, ମାଳତି ଉଦ୍‌ଗାତା ଓ ରତ୍ନମୟ ତ୍ରିପାଠି ମନୋନତ ହୋଇଥିଲା । ଡଃ. ଜ୍ୟୋସ୍ନା ମହାପାତ୍ର, ପୌରାଧ୍ୟକ୍ଷା ଲିକା ସାହୁ, ସତ୍ୟବନ୍ତ ବେଦବାକ, ଜଗଦାନନ୍ଦ ଛୁରିଆ, ଜୟରାମ ମିଶ୍ର ଓ ଗିରିଜାଶଙ୍କର ରଥ ଉପଦେଷ୍ଟା ମଣ୍ଡଳି ଗ୍ରହଣ କରାଯାଇଥିଲା । ଚଳିତ ବର୍ଷ ଶିଶୁ ବିକାଶ କେନ୍ଦ୍ରର ୪୦ତମ ବର୍ଷ ପୁର୍ତ୍ତି ଅବସରରେ ଜିଲ୍ଲାସ୍ତରୀୟ ଶିଶୁ ସାହିତ୍ୟିକ ସମ୍ମିଳନୀ, ସ୍ମରଣିକା ପ୍ରକାଶନ, କବିତା ପାଠୋତ୍ସବ, ସ୍ୱାସ୍ଥ୍ୟ ଶିବିର, ସଚେତନତା ସାଇକେଲ ଯାତ୍ରା, ପଦଯାତ୍ରା ଓ ଶିଶୁ ସାହିତ୍ୟ କର୍ମଶାଳାମାନ କରିବାକୁ ସ୍ଥିର କରାଯାଇଥିଲା । ସମସ୍ତ କାର୍ଯ୍ୟ ଶିକ୍ଷାବିତ କପିଳ ପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପ୍ରଦୀପ ପଶାୟତ ଓ ଶୁଭେନ୍ଦ୍ର ନେପାକ ନୂତନ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଶେଷରେ ଧିରେନ୍ଦ୍ର ନାରାୟଣ ସିଂହଦେଓ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.