ବଲାଙ୍ଗିର ନାଲଖଣ୍ଡି ପଡାର ୫୨ତମ ଗଜଲକ୍ଷ୍ମୀ ପୂଜା ପାଇଁ କର୍ମକର୍ତ୍ତା ଚୟନ ଓ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ସର୍ବପୁରାତନ ମାଁ ଗଜଲକ୍ଷ୍ମୀ ପୂଜା ମଧ୍ୟରେ ନାଲଖଣ୍ଡିପଡା ପୂଜା ଅନ୍ୟତମ । ଗତକାଲି ଗଜଲକ୍ଷ୍ମୀଙ୍କ ପୂଜା ମଣ୍ଡପ ଠାରେ ଆସନ୍ତା ଅକ୍ଟୋବର ୧୬ ହେବାକୁ ଥିବା ମାଁ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ସଭାପତି ଭାବରେ ଲଲିତ କୁମାର ପଣ୍ଡାଙ୍କ ସମେତ ଉପ ସଭାପତି ଭାବରେ ଲକ୍ଷ୍ମୀଧର ବାଗ, ସମ୍ପାଦକ ପଞ୍ଜାନନ ଗଡୁଆ, ସହ ସମ୍ପାଦକ ପ୍ରହଲାଦ ପଟ୍ଟନାୟକ, କୋଷାଧ୍ୟକ୍ଷ ଦେବାଶିଷ ମାଝୀ ଓ ବିଶ୍ୱଜିତ ନାୟକ ଚୟନ ହୋଇଛନ୍ତି । ସେହିପରି ଉପଦେଷ୍ଠା ଭାବରେ ବିଶ୍ୱମୟ ପୂଜାରୀଙ୍କ ସମେତ ସନ୍ତୋଷ କୁମାର ସ୍ୱାଇଁ, ବିଭୁତି ମିଶ୍ର, ଅନନ୍ତ ଆଚାର୍ଯ୍ୟ, କଲ୍ୟାଣ ସାହାଣୀ ଓ ଗଜାନନ ଗଡୁଆ ପ୍ରମୁଖ ଚୟନ ହୋଇଛନ୍ତି । କମିଟି ତରଫରୁ ଏଥର ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମରେ ୭ ଦିନ ବ୍ୟାପି ଅନୁଷ୍ଠିତ ହେବାର ନିର୍ଣ୍ଣାୟ ନିଆଯିବା ସହ ପ୍ରତେକ ଦିନ ଭକ୍ତମାନଙ୍କ ପାଇଁ ଅନ୍ନପ୍ରସାଦ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରହିଥିବା କମିଟି ତରଫରୁ ପ୍ରକାଶ ।

Leave A Reply

Your email address will not be published.