ପଦ ବଜାୟ ରଖିଲେ ବାବୁ ଫାସଡ ସରପଞ୍ଚ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଗତ ୨୦୨୨ ପଞ୍ଚାୟତ ନିର୍ବାଚନରେ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବାବୁ ଫାସଡ ଗ୍ରାମ ପଞ୍ଚାୟତର ସରପଞ୍ଚ ଜୟନ୍ତୀ ସେଠ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଳାସିନୀ ସେଠଙ୍କ ଠାରୁ ମାତ୍ର ଗୋଟିଏ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ତେବେ ଏହି ନିର୍ବାଚନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ପରାଜିତ ପ୍ରାର୍ଥିନୀ ବିଳାସିନୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ନିମ୍ନ ଅଦାଲତରେ ଆବେଦନ କରିବାକୁ ହାଇକୋର୍ଟ ବିଳାସିନୀଙ୍କୁ ପରାମର୍ଶ ଦେବାପରେ ଜୟନ୍ତୀଙ୍କ ପଦବୀକୁ ଚାଲେଞ୍ଜ କରି ବିଳାସିନୀ ଲୋଇସିଂହା ପ୍ରଥମ ଶ୍ରେଣୀ ଦେୱାନି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ଉଭୟ ପକ୍ଷର ୧୦ ଜଣ ସାକ୍ଷୀଙ୍କ ବୟାନ ତଥା ଆବଶ୍ୟକ ଦସ୍ତାବିଜକୁ ଅନୁଧ୍ୟାନ କରିବା ପରେ ଲୋଇସିଂହା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୁହାନି ପଟ୍ଟନାୟକ ବାବୁ ଫାସଡ ପଞ୍ଚାୟତର ସରପଞ୍ଚ ଜୟନ୍ତୀ ସେଠଙ୍କ ପଦବୀକୁ କାଏମ ରଖିଥିବା ଜଣାଯାଇଛି । ସରପଞ୍ଚଙ୍କ ତରଫରୁ ଆଇନଜୀବୀ ରାଜେନ୍ଦ୍ର ନାଏକ ଓ ସୁବ୍ରତ ନାୟକ ମାମଲା ପରିଚାଳନା କରୁଥିଲେ ।

Leave A Reply

Your email address will not be published.