csstore

ସେମିଲିଗୁଡା ଜୀବନ ଜ୍ୟୋତି ପଡିଆରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ

କୋରାପୁଟ, (ସୁନାମ ହନ୍ତାଳ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୪ତମ ଜନ୍ମ ଦିବସରେ ଓଡ଼ିଶାର ମହିଳା ମାନଙ୍କୁ ସ୍ୱାବଲମ୍ବୀ ହେବା ପାଇଁ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି । ଓଡିଶାର ପ୍ରତ୍ୟକ ବ୍ଲକରେ ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ମହିଳା ମାନଙ୍କ ପାସବୁକ ନମ୍ବରକୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ଦେବାର ବ୍ୟବସ୍ଥା କରି ଭର୍ଚୁଆଲ ମୋଡରେ ଭୁବନେଶ୍ୱରରୁ ଶୁଭାରମ୍ଭ କରିଥିଲେ । କୋରାପୁଟ ଏଡିଏମ୍‌ ଶ୍ରୀମତୀ ଆଲୋମାରୀ ସେଠିଙ୍କ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସେମିଲିଗୁଡା ବ୍ଲକର ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ସହିତ ଅଙ୍ଗୱାଡ଼ି କର୍ମୀ, ଆଶା କର୍ମୀ ଓ ଶହ ଶହ ସାଧାରଣ ମହିଳା ଯୋଗ ଦେଇଥିବା ବେଳେ ବ୍ଲକର ବିଭିନ୍ନ ପଦାଧିକାରୀ ଉପସ୍ଥିତ ଥିଲେ । ରାଖୀ ପୁର୍ଣ୍ଣିମା ଓ ଅନ୍ତର୍ଜାତୀୟ ମହିଳା ଦିବସରେ ବର୍ଷକୁ ୨ କିସ୍ତିରେ ଦିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ସେମିଲିଗୁଡା ସିଡିପିଓ ବିନୋଦିନୀ ବେହରା, ସଭା ପରିଚାଳନା କରିଥିବା ବେଳେ ସୁନାବେଡା ପୌର ଅଧ୍ୟକ୍ଷ, ଡ. ରାଜେନ୍ଦ୍ର ପାତ୍ର, ସୁନାବେଡା ନିର୍ବାହୀ ଅଧିକାରୀ, ନାରାୟଣ ନାୟକ, ସେମିଲିଗୁଡା ବ୍ଲକ ଅଧ୍ୟକ୍ଷା, ଲିଲି ଅଣ୍ଟାବିରିଆ, ଜିପିଓ ଅଜିତ କୁମାର ହୋତା, ବିପିସି ସସ୍ମିତା କସଲା, ସହ ନିର୍ବାଚିତ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.