ଭାରସାମ୍ୟ ହରାଇ ଗଛରେ ପିଟିଲା ହେଲା ବାଇକ୍‌ : ୨ ମୃତ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଲରମ୍ଭା କୁତୁର୍ଲା ରାସ୍ତାରେ ଭାରସାମ୍ୟ ହରାଇ ଗଛରେ ପିଟିଲା ହେଲା ବାଇକ୍‌, ୨ ଜଣ ମୃତ । ସୂଚନା ଅନୁଯାୟୀ ସନ୍ଧ୍ୟା ୭ଟା ସମୟରେ ଲରମ୍ଭା ପୋଲିସ ତରଫରୁ ପେଟ୍ରୋଲିଙ୍ଗ କରୁଥିବା ବେଳେ କୁତୁର୍ଲା ଲରମ୍ଭା ରାସ୍ତାରେ ୨ ଜଣ ଅଜଣା ବ୍ୟକ୍ତି ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଥିବା ଦେଖିଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଘସିଏନ୍‌ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ରାହୁଲ ଗୁରୁ(୧୮)ଙ୍କୁ ମୃତ ଘୋଷଣା କରିଥିବାବେଳେ ଗୁରୁତର ଥିବା ବିଶ୍ୱନାଥ ସେଠ(୨୨)ଙ୍କୁ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗିର ସ୍ଥାନାନ୍ତର କରିଥିଲେ । ଆମ୍ବୁଲାନ୍ସରେ ବଲାଙ୍ଗିର ନେବା ରାସ୍ତାରେ ବିଶ୍ୱନାଥଙ୍କ ମୃତ୍ୟୁ ଘଟିଥିଲା । ମୃତକ ୨ ଜଣ ହେଲେ ଲରମ୍ଭା ଥାନା କଣେହିଁଟାଲ ଗ୍ରାମର ବୋଲି ଜଣାପଡିଛି । ସେମାନେ କୌଣସି କାମରେ ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ବାଘଡୁଙ୍ଗୁରି ଗ୍ରାମରୁ ନିଜ ଗାଁ କଣେହିଁଟାଲକୁ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାର ଖବର ପାଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏନେଇ ଲରମ୍ଭା ଥାନା କେସ୍‌ ନଂ ୧୯୬/୨୦୨୪ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଘଟଣାର ଅଧିକ ତଦନ୍ତ କରୁଥିବା ଲରମ୍ଭା ଥାନା ଅଧିକାରୀ ମନୋଜ ପଧାନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.