oom

ବନ୍ଦେ ଭାରତ ଟ୍ରେନ୍‌ର ଶୁଭାରମ୍ଭ

jsmm

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦୁର୍ଗ ଠାରୁ ବିଶାଖାପାଟଣା ପର୍ଯ୍ୟନ୍ତ ବନ୍ଦେ ଭାରତ ଟ୍ରେନ୍‌ର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫ୍ରେସ ମାଧ୍ୟମରେ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ରେଳ ପ୍ରବନ୍ଧକ ତୁଷାର ଦେଶ ପାଣ୍ଡେ, ରେଳ ବିଭାଗ ଡିଆଇଜି ପ୍ରମୁଖ ମଂଚାସୀନ ଥିଲେ । ଦେଶର ପ୍ରଧାନମନ୍ତ୍ରୀ ମୋଦି ଜୀ ଓଡିଶା ପ୍ରତି ଧ୍ୟାନ ଦେଇ ବହୁତ ଉନ୍ନତିମୂଳକ ଯୋଜନ ଦେବା ସହ ବଲାଙ୍ଗିର-କଣ୍ଟାବାଞ୍ଜି ଅଂଚଳରେ ବିଭିନ୍ନ ଯୋଜନାରେ ୭୦୦ କୋଟିରୁ ଅଧିକ ଟଙ୍କାର କାର୍ଯ୍ୟ ଆରମ୍ଭ ହୋଇଛି । ଏଥିରେ ଅଂଚଳ ଲୋକେ ବହୁତ ସୁବିଧା ପାଇବେ ବୋଲି ସାଂସଦ ନିଜର ଅଭିଭାଷଣରେ କହିଥିବା ବେଳେ ବିଧାୟକ ଶ୍ରୀ ବାଗ କଣ୍ଟାବାଞ୍ଜି ରେଳ ଷ୍ଟେସନ ଉନ୍ନତି ଏକ ଆରମ୍ଭ ବୋଲି କହିବା ସହ ଷ୍ଟେସନ ଅଂଚଳରେ ଆଗରୁ ବିଶୃଙ୍ଖଳା ହୋଇଥିବା କହି ଏବେ ଏହା ଚାଲିବ ନାହିଁ ବୋଲି କହିଥିଲେ । ଅନ୍ୟ ପକ୍ଷରେ କୁନି କୁନି ଝିଅ ମାନେ ସମ୍ବଲପୁର ଗୀତରେ ନୃତ୍ୟ ପରିବେଷଣ ଓ ରେଳ କର୍ମଚାରୀଙ୍କ ଦ୍ୱାରା ଦେଶଭକ୍ତି ଗୀତ ପରିବେଷଣ କରାଯାଇଥିଲା । ସ୍କୁଲରେ ଭିନ୍ନ ଭିନ୍ନ ପ୍ରତିଯୋଗିତାରେ ସଫଳ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ସମାନ ଭାବରେ ଟିଟିଲାଗଡରେ ମଧ୍ୟ ବନ୍ଦେ ଭାରତ ଟ୍ରେନକୁ ବିଧାୟକ ନବୀନ ଜୈନ ଓ ପୌରଅଧ୍ୟକ୍ଷା ମମତା ଜୈନ ସ୍ୱାଗତ କରିଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସଂଗଠନର କର୍ମୀ, ଓକିଲ ସଂଘ ସଦସ୍ୟଙ୍କ ସହ ଶତାଧିକ ସ୍ଥାନୀୟ ମହିଳା ପୁରୁଷ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.